ପାଟଣାଗଡର ନାଗରିକ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା , ସହରର ଉନ୍ନତି ମୂଳକ କାର୍ଯ୍ୟପାଇଁ ନାଗରିକ କମିଟି ଗଠିତ

0 186

ପାଟଣାଗଡ,୨୨/୬଼ – ପାଟଣାଗଡ଼ ସହରର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ବ୍ୟକ୍ତି ବିଶେଷ , ଶିକ୍ଷାବିତ , ଅବସରପ୍ରାପ୍ତ , ସାମ୍ବାଦିକ , ରାଜନୈତିକ ଆଦି ବ୍ୟକ୍ତି ସମୁହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ କୁମାର ମେହେରଙ୍କ ଆବାହାକତ୍ୱରେ ଜରୁରୀକାଳୀନ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ପାଟଣାଗଡ଼ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟସହ ନାଗରିକ ମାନଙ୍କ ସାମୁହିକ ସୁରକ୍ଷା ,ମୈ ।ଳିକ ଅଧିକାର, କରୋନା ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ , ପାନୀୟ ଜଳ ଯୋଗାଣ ,ସ୍ତ୍ରତନ ଭାବେ ଶିଶୁ ଏବଂ ମହିଳା ହସ୍ପିଟାଲ୍‌ ନିର୍ମାଣ , ରେଲୱେ ଲାଇନ ନିର୍ମାଣ , ଶିକ୍ଷାର ଭିତ୍ତଭୂମି , ବିକାଶ ମୂଳକ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସହରର ସମସ୍ତ ସଂଗଠନ ବୁଦ୍ଧିଜୀବୀ ମାନଙ୍କୁ ନେଇ ନାଗରିକ କମିଟି ଗଠନ କରିବାକୁ ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା । ଏଥିରେ ନାଗରିକ କମିଟି ସଭାପତି ଭାବେ ଘନଶ୍ୟାମ ମେହେର , ଉପସଭାପତି ଶ୍ରୀମତୀ ପାଣିଗ୍ରାହୀ , ସାଧାରଣ ସଂପାଦକ ସବ୍ୟସାଚୀ ମାଝୀ , ଯୁଗ୍ମ ସଂପାଦକ ଆନନ୍ଦ ଯୋଷୀ , କୋଷାଧ୍ୟକ୍ଷ ଉଜ୍ଜ୍ୱଳ ଦାସ ମନୋନୀତ ହୋଇଥିବାବେଳେ ଉପଦେଷ୍ଟା ଭାବେ ଅନ୍ତର୍ଯ୍ୟାମୀ ମେହେ. ନିରଞ୍ଜନ ବିଶି, ବିବେକାନନ୍ଦ ପାଣିଗ୍ରାହୀ , ଡମ୍ବରୁଧର ପାଣିଗ୍ରାହୀ ,ଝାରୁ ମେହେର , ଚକ୍ରଧର ତାଣ୍ଡି ,ପ୍ରଭାତ ଯୋଷୀ , ଅରକ୍ଷିତ ଯୋଷୀ ,ବ୍ରଜ ମେହେର , ରମେଶ ପୁରୋହିତ , ଅନୀଲ ମେହେର ,ରିତ ଛତର , ସୁନୀଲ ଗୋଏଲ , ସଦାଶିବ ସରାଫ , ରମାକାନ୍ତ ହୋତା ପ୍ରମୁଖ ମନୋନୀତ ହୋଇଥିଲେ । ମୂଖ୍ୟ ସଂଯୋଜକ ଭାବେ ବିଜୟ କୁମାର ମେହେରଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ଶନିବାର ଦିନ ନାଗରିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ଘନଶ୍ୟାମ ମେହେର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two − 1 =