ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0 150

ପାଟଣାଗଡ଼,୧/୮ – ବ୍ରହ୍ମପୁରାସ୍ଥିତ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୦୯ ଅଗଷ୍ଟରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ବିଶ୍ୱ ଆଦିବାସୀ ପାଳନ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ୦୯ ଅଗଷ୍ଟ ୨୦୨୧ ବିଶ୍ୱ ଆଦିବାସୀ ଦିବସ ଦିନ ଦିବଙ୍ଗତ ଆଦିବାସୀ ନେତାଙ୍କ ଶ୍ରଦ୍ଧାଞ୍ଜଳି, ଆଦିବାସୀ ଭାଷା ସଂସ୍କୃତି, ଧର୍ମ, ଦେବା ଦେବୀ ପୀଠର ସୁରକ୍ଷା,ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ଅର୍ଥନୈତିକ ବିକାଶ, ଜଳ ଜଙ୍ଗଲ ଜମିନ ସୁରକ୍ଷା ସଂରଣକ୍ଷ,ମେଡ଼ିକାଲ, ଇଞ୍ଜିନିୟରିଂ, ପ୍ରଫେସନାଲ ପାଠ୍ୟକ୍ରମରେ ଶତକଡା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ,ଆଇ ଟି ଆଇ, ଗ୍ରାଜୁଏସନ, ପିଜି, ଡିପ୍ଲୋମା କଲେଜରେ ନାମ ଲେଖାଇବା, ସମ୍ପୂର୍ଣ୍ଣ ଫିଜ ଛାଡ଼ କରିବା, ଆଦିବାସୀ ମାନଙ୍କ ମାନବିକ ସୁରକ୍ଷା ଅଧିକାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, କୋରନା ସଙ୍କଟ ସମୟରେ ଆଦିବାସୀ ପରିବାର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ବାବଦରେ ୧୦ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଉପଜିଲ୍ଲାପାଳ ମାନଙ୍କ ଜରିଆରେ ପ୍ରଦାନ କରିବାକୁ ସ୍ଥିରୀକୃତ ହୋଇଥିଲା । ବିଶ୍ୱ ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା କରିବାକୁ ଦାବୀ କରାଯାଇଛି । ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ଶ୍ରୀ ନିରଞ୍ଜନ ବିଶି, ବ୍ଲକ ସମ୍ପାଦକ ସାରଥୀ ବାଗ, ଉପ ସଭାପତି ଗଦି ବରିହା, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ମନବୋଧ ବରିହା, ଘନ ଭୁଏ, ଧୁବଲେଶ୍ୱର ଭୋଇ, ମିନକେତନ ଧରୁଆ, କୁନୁ ମୁଣ୍ଡା, ରାଜିନ ବରିହା,ଶିବ ଚରଣ ବରିହା ପ୍ରମୁଖ ଉପସ୍ଥିତ ଥିବାବେଳେ ମୋତିଲାଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four − 2 =