ୱେସ୍କୋ ଜେ.ଇ.ଙ୍କ ଅବହେଳା ଯୋଗୁ ବିଦ୍ୟୁତ ଦୁର୍ଘଟଣାରେ ଯୁବକ ମୃତ ,କାର୍ଯ୍ୟାନୁଷ୍ଠାନ ଦାବୀ

0 187

ପାଟଣାଗଡ, ୬/୧୧- ୱେସ୍କୋର ପାଟଣାଗଡ ଇଲେକଟ୍ରିକାଲ ସେକ୍ସନ ନମ୍ବର ୩ ଅଧିନସ୍ଥ ବାଗବାହାଲି ଗାଁ ଠାରେ ବିନୋଦ ପଣ୍ଡା ନାମକ ଏକ ଯୁବକ ବିଦ୍ୟୁତ କାମ କରୁଥିବା ସମୟରେ ସଟ ସର୍କିଟ ଘଟି ମୃତ୍ୟୁ ହୋଇଛି । ଘୁମେର ଗ୍ରୀଡ ରୁ ତମିଆ କୁ ଏଗାର କିଲୋ ଭୋଲ୍ଟ ବିଦ୍ୟୁତ ଆସିଛି । ଘୁମେର ତମିଆ ମଝିରେ ଥିବା ବାଗବାହାଲି ଠାରେ କାମଚାଲିଥିବା ସମୟରେ ଘୁମେର ଗ୍ରୀଡରୁ କେହି ଜଣେ ବିଦ୍ୟୁତ ଚାର୍ଜ କରିଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଶ୍ରମିକ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଜନସାଧାରଣ ଙ୍କ ଅଭିଯୋଗ ଅନୁସାରେ ଲାରମ୍ଭା ଗ୍ରୀଡ ସବ ଷ୍ଟେସନ ର ଜଣେ ଅଣ କୁଶଳୀ ଲାଇନ ହେଲ୍ପରଙ୍କ ନିର୍ଦ୍ଦେଶରେ ମୃତ ପଣ୍ଡା କାମ କରୁଥିଲେ । ଷ୍ଟାଫ ଅଭାବ ରୁ ସେକ୍ସନ ଅଫିସର ଗ୍ରୀଡର ଷ୍ଟାଫ ମାନଙ୍କ ଜରିଆରେ ଲାଇନ ମରାମତି ,ନିର୍ମାଣ ,ବିଦ୍ୟୁତ ସଂଯୋଗ ଆଦି ବିଭିନ୍ନ କାର୍ଯ୍ୟ କରୁଥିଲେ । ଜରୁରୀ କ୍ଷେତ୍ରରେ ଅନେକ ଯୁବକ ମାନଙ୍କୁ ମଧ୍ୟ୍ୟ ବିଦ୍ୟୁତ କାର୍ଯ୍ୟ ର ଲଗାଉ ଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ର ଅଭିଯୋଗ ଅନୁସାରେ ୱେସ୍କୋର ବିଦ୍ୟୁତ ବିଭାଗ ଟିଟିଲାଗଡ଼ର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଲାରମ୍ଭା ଗ୍ରୀଡ ରେ ଅନଭିଜ୍ଞ ଯୁବକ ମାନଙ୍କୁ ଗୋଟିଏ ଠିକା ସଂସ୍ଥା ଜରିଆରେ ବେଆଇନ ଭାବରେ ନିଯୁକ୍ତି ଦେଇଥିଲେ । ବିଭିନ୍ନ ସଂଗଠନ ତରଫରୁ ଏହାକୁ ବିରୋଧ କରାଯାଇଥିଲା । ସ୍ଥାନୀୟ ଯୁବକ ମାନଙ୍କୁ ଅଣଦେଖା କରି ନିଯୁକ୍ତି ଦିଆଯାଇଥିଲା । ଏହି ଦୁର୍ନୀତିରେ ୱେସ୍କୋର ଜେ ଇ ମଧ୍ୟ ସମ୍ପୃକ୍ତ ଥିଲେ । ଲକ୍ଷାଧିକ ଟଙ୍କା କରବାର ହୋଇଛି ବୋଲି ଶ୍ରମିକ କଲ୍ୟାଣ ସଙ୍ଘ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲା । ଅଭିଯୋଗ ପରେ ବିବାଦୀୟ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ପଣ୍ଡାଙ୍କ ବଦଳି ହୋଇ ଯାଇଥିଲା । ଶ୍ରୀପଣ୍ଡାଙ୍କ ଯୋଗୁଁ ଆଜି ଜଣେ ଯୁବକ ର ଜୀବନ ଗଲା । ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ମୃତ ପଣ୍ଡା ଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା କ୍ଷତି ପୂରଣ ,ପରିବାରର ଜଣକୁ ୱେସ୍କୋରେ ନିଯୁକ୍ତି ଦେବାକୁ ଜନସାଧାରଣରେ ଦାବୀ ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

4 × 4 =