ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ପ୍ରତିବାଦକରି ବିଜେପି ପକ୍ଷରୁ ବ୍ଳକ ଘେରାଉ

0 168

ପାଟଣାଗଡ,୮/୭- ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନ ରେ ଅନିୟମିତତା ହୋଇଛି ।ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ବେଲପଡା ବ୍ଳକ ଘେରାଉ କରାଯାଇଥିଲା । ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ । ପରେ ବେଲପଡା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ,ବେଲପଡା ଅଧ୍ୟକ୍ଷ । ବୈଜୟନ୍ତୀ ପାଣିଗ୍ରାହୀ ,ସାଂସଦ ପ୍ରତିନିଧି ନିଲ ପାଣିଗ୍ରାହୀ, ସିହିନି ସରପଞ୍ଚ ଦିବାକର୍‌ ନାଏକ, ସୁବାକର ମେହେର, ବିଭୂତି ଭୂଷଣ ନାଏକ, ପ୍ରଶାନ୍ତ କୁମାର ଦାସ, ପ୍ରମୁଖ ଭାଜପା କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + four =