ମାଇକେଲ ବିଅର କମ୍ପାନୀରେ ମୃତକ ଶ୍ରମିକଙ୍କ ପରିବାରକୁ ଭେଟିଲା କୋଶଲ କମିଟି

0 242

ପାଟଣାଗଡ,୯/୭- ଦୀର୍ଘ ୧୦ ବର୍ଷ ହେବ ମାଇକେଲ ବିଅର କମ୍ପାନୀରେ ଇଲେକ୍ଟ୍ରିସିଏନ ଭାବରେ କାର୍ଯ୍ୟ କରି କମ୍ପାନୀର ବ୍ୟବସାୟରେ ନିଜର ଅବଦାନ ଦେଇଥିଲେ ମୃତ ଶ୍ରମିକ ବିଶ୍ୱନାଥ ହଂସ (୩୫) । ଏବେ ବେସାହାରା ହୋଇଗଲେ ସ୍ତ୍ରୀ ଓ ଦୁଇ ପିଲା । ସେ ହିଁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତାଙ୍କ ପାଇଁ ଗୋଟିଏ ଗରିବ ପରିବାର ଦୁଃଖେ କଷ୍ଟେ ଚଳିଯାଉଥିଲେ । ଏବେ ଚିନ୍ତାରେ ମୃତକଙ୍କ ପରିବାର । ଜୀବନ ଥିବା ସମୟରେ ଲୋଡ଼ା ଥିଲେ ବିଶ୍ୱନାଥ କିନ୍ତୁ ମରିଗଲା ପରେ ଅଲୋଡା ହୋଇଗଲେ କମ୍ପାନୀ ମାଲିକଙ୍କ ଠାରେ । କମ୍ପାନୀ ମାଲିକଙ୍କ ଅବହେଳା ଯୋଗୁଁ ହିଁ ବିଶ୍ୱନାଥଙ୍କ ମୃତ୍ୟ ହେଲା । ଏଥିରେ କମ୍ପାନୀ ମାଲିକ ହିଁ ଦାୟୀ ଓ ପୋଲିସ କମ୍ପାନୀ ସହ ସଲାସୁତୁରାରେ କମ୍ପାନୀକୁ ଅନୁକମ୍ପା ଦେଖାଉଛି ବୋଲି କୋଶଲ କମିଟି ଦାବୀ କରିଛି । କ୍ଷତିପୂରଣ ଦେବାରେ ମଧ୍ୟ ଟାଳଟୁଳନୀତି ଅବଲମ୍ବନ କରିଛି କମ୍ପାନୀ ମାଲିକ । ପୋଲିସର ଅବହେଳା ପ୍ରତିବାଦରେ କମ୍ପାନୀର ଶ୍ରମିକ ମାରଣ ନୀତି ପ୍ରତିବାଦରେ ଆଗାମୀ ଦିନରେ କୋଶଲ କମିଟି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଅବଗତ କରେଇବ । ଯଦି ମୃତକ ପରିବାରକୁ ଉଚିତ କ୍ଷତିପୂରଣ ଦେବାରେ କମ୍ପାନୀ ଟାଳଟୁଳ ନୀତି ଓ ଅବହେଳା କରେ ଆଗାମୀ ଦିନରେ ଆନ୍ଦୋଳନ କରି ନ୍ୟାୟ ଦେବା ପାଇଁ ମୃତକ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର କୋଶଲ କମିଟି ପ୍ରତିନିଧି ଦଳରେ ଗିରିରାଜ ଭୋଇ, ବନମାଳୀ ନାଏକ, ସିପୁନ ଖମାରୀ, ଜିତୁ ନାଏକ ପ୍ରମୁଖ ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ନ୍ୟାୟ ପାଇବା ପର୍ଯ୍ୟନ୍ତ କୋଶଲ କମିଟି ମୃତକ ପରିବାର ସହ ରହିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + 13 =