ବେଲପଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୭୨ ତମ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

0 204

ପାଟଣାଗଡ,୬/୭- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ କପାଣୀଠାରେ ଆଜି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବେଲପଡା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାଯ୍ୟର୍କ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଆୟୋଜନ ସମିତିର କୋଷାଧ୍ୟକ୍ଷ ଡମ୍ବରୁ ଧରୁଆ ଗେଣ୍ଡା ପରମ୍ପରା ସହିତ ବୃକ୍ଷରୋପଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ପାଟଣାଗଡ ବନ ଅଧିକାରୀ ରାଜକିଶୋର ଭୋଇ, ଫରେଷ୍ଟର ରଞ୍ଜିତ ସିଂ ବାବୁ , ରାଜେନ୍ଦ୍ର ଧରୁଆ ଯୋଗ ଦେଇଥିବା ବେଳେ ଗୋବର୍ଦ୍ଧନ ମାଝୀ ସଭାପରିଚଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଗେନ୍ଦ୍ର ପାତ୍ର, ମେଘନାଦ ଧରୁଆ, କ୍ଷମା ସାଗର ଧରୁଆ, ଗୁରୁବାର ଧରୁଆ, ବୃନ୍ଦାବନ ଧରୁଆ, ତୁଳାରାମ୍‌ ଧରୁଆ, ଭୋଳାନାଥ ଧରୁଆ, ରାମେଶ୍ୱର କୁମୁରା ପ୍ରମୁଖ ଉପସ୍ଥିତ ଥିବାବେଳେ ମୁକୁନ୍ଦ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 4 =