ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ପାଳିତ

0 353

ପାଟଣାଗଡ଼,୧୫/୬: ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଓ ମିଥୁନ ସଂକ୍ରାନ୍ତିରେ ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର ପୀଠ ପାପନାଶିନୀ ଝରଣାରୁ ଜଳ ଆଣି ପୂର୍ଣ୍ଣକଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । କରୋନା କଟକଣା ଯୋଗୁଁ ଅତି କମ୍‌ ସଂଖ୍ୟାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଜାତିବନ୍ଧୁ ଯୋଗ ଦେଇଥିଲେ । ହରିଶଙ୍କର ବାବାଙ୍କ ସହ ଜଗତ ଜନନୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ବିବାହ ବନ୍ଦାପନା ଓ ହୋମ କାର୍ଯ୍ୟ ସଂପନ୍ନ ହୋଇଥିଲା ।

hiring

ହରିଶଙ୍କର ମନ୍ଦିର ପୂଜକ ସୁଦାମ ପାଣିଗ୍ରାହୀ ଓ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପୂଜକ ଟଙ୍କଧର ବରିହା ପୂଜାର୍ଚ୍ଚନା କରିଥିବା ବେଳେ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ଓ ତାଙ୍କ ଧର୍ମପତ୍ନୀ କଲାବତୀ ବରିହା ଦେବ କନ୍ୟା ମାଁ ବିନ୍ଧ୍ୟ ବାସିନୀଙ୍କ ପିତା ମାତା ସହ ଯଜ୍ଞ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି ନିରାଡମ୍ବର ଶିବବିବାହ ମହୋତ୍ସବର ବ୍ଳକ କମିଟି କର୍ମକର୍ତ୍ତା ଶିକ୍ଷାବିତ କୁଶଳ ବରିହା , ହୃଷିକେଶ ବରିହା , କେଶବ ବରିହା ,ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହାଙ୍କ ସହ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − three =