ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ ବନମହୋତ୍ସବ ଏବଂ ବୃକ୍ଷରୋପଣରେ ସାମିଲ ହେଲେ ଆଦିବାସୀ

0 149

ପାଟଣାଗଡ,୬/୭- ପାଟଣାଗଡ ବନାଞ୍ଚଳ ବେଲପଡା ସେକ୍ସନ୍‌ ଦ୍ୱାରା ଆୟୋଜିତ ବନମହୋତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବେଲପଡା ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ବହୁମାତ୍ରା ରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ବୁଠି କୁରଢି ସଂରକ୍ଷିତ ବାଞ୍ଜିଡୁଙ୍ଗୁରି ସେଣ୍ଟ୍ରାଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବନ ମହୋତ୍ସବରେ ବେଲପଡା ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବେଲପଡା ବିଡିଓ ଭିକ୍ଟର ଶେ ।ରେନ । ଶିକ୍ଷ । ଅଧିକାରୀ ବୈକୁଣ୍ଠ ଶବର, ଥାନା ଅଧିକାରୀ ବୁଲୁ ମୁଣ୍ଡା, ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି,ଏ ବି ଓ ଜଗବନ୍ଧୁ ମାଝୀ, କପାଣୀ ସରପଞ୍ଚ ହେମାଙ୍ଗିନି ଧରୁଆ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଜଙ୍ଗଲବିଭାଗ ୍‌ ପାଟଣାଗଡ ବନାଧିକାରୀ ରାଜକିଶୋର ଭୋଇ, ଫରେଷ୍ଟର ରଞ୍ଜିତ ସିଂ ବାବୁ ବନମହୋତ୍ସବକୁ ପରିଚାଳନା କରିଥିଲେ । ପ୍ରାକୃତିକ ଜଙ୍ଗଲ ସୁରକ୍ଷା ନୂତନ ଜଙ୍ଗଲ ,ପଥପାଶ୍ୱର୍ ବନୀକରଣ ଜଙ୍ଗଲ ପୋଡି ନିରାକରଣ, ପରିବେଶ ସୁରକ୍ଷାପାଇଁ ଜଙ୍ଗଲ ସୁରକ୍ଷା ଅପରିହାର୍ଯ୍ୟ । ଏକମାତ୍ର ବିକଳ୍ପ ବୋଲି ମୁଖ୍ୟଅତିଥି ଓ ଅତିଥିମାନେ ପ୍ରକାଶ କରିଥିଲେ । ଏହି ବନମହୋତ୍ସବରେ ଡମ୍ବରୁ ଧରୁଆ, ଗନ୍ଧର୍ବ ମାଝୀ,ଭୁପାଳ ସିଂ ବିଶ୍ୱାଳ,ଗୋପାଳ ନାଗ, ଧନୁଯ ମାଝୀ, ସୁରେଶ ମାଝୀ, ଦୁର୍ବାସା ମଲ୍ଲିକ, ଲିଲୁଧର ଭୋଇ, ଧବଳେଶ୍ୱର ରାଉତ, ରାଜେନ୍ଦ୍ର ଧରୁଆ, ଘନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven − 6 =