କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

0 186

ପାଟଣାଗଡ,୨୬/୭:ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣ ଭଇଁସା ମଝିରେ ଗତକାଲି ସାଢେ ୫ଟାବେଳେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛି । ସୂଚନାନୁସାରେ ଗତକାଲି ବଲାଙ୍ଗିରରୁ ଏକ ଅଟୋ ଓଡି ୦୩ ଟି ୩୭୭୦ ରେ ପାଟଣାଗଡ ଥାନା ଅନ୍ତର୍ଗତ ଉଲବା ଗାଁ ର ଧନସିଂ ବିଶ୍ୱାଳ, ନରେଶ ଚନ୍ଦ୍ର ଭୋଇ ଓ ସୁଦର୍ଶନ ପ୍ରଧାନ ନିଜଗାଁ ଉଲବାକୁ ଫେରୁଥିଲେ । ସେହି ସମୟରେ ପାଟଣାଗଡ ପଟୁ ବଲାଙ୍ଗୀର ଅଭିମୁଖେ ଏକ ମାରୁତି ଅଟୋ କାର ଓଡି ୦୩ ଜି ୫୭୫୧ ସରମୁହାଣ ଭଇଁସା ମଝିରେ ମୁହାଁମୁହିଁ ଧକ୍କା ଦେଇଥିବାଫଳରେ ଛିଟିକି ପଡ଼ିଥିଲୋ । ଖବରପାଇ ପାଟଣାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ପାଟଣାଗଡ ଡାକ୍ତର ଖାନା ଆଣିଥିଲେ । ସେଠାରେ ଡ଼ାକ୍ତର ନରେଶ ଚନ୍ଦ୍ର ଭୋଇ(୩୫)ଙ୍କୁ ମୃତ ଘୋଷଣା କରିଥିଲେ । ସୁଦର୍ଶନଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିବାବେଳେ ଅଟୋ ଡ୍ରାଇଭର ଧନ ସିଂ ବିଶ୍ୱାଳ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳକୁ ପାଟଣାଗଡ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

two × 3 =