ପାଟଣାଗଡ଼,୨୧/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜେପି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶ୍ରୀ ଅବିନାଶ ଉଦଗାତାଙ୍କୁ ପ୍ରଦାନ କରିଥିଲେ । ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା ସହ ବେଆଇନ ଭାବେ ପ୍ରଥମ ୧ ୟୁନିଟ କୁ ଦୁଇ ସ୍ୱାବ କରି ଗରିବ ଲୋକମାନଙ୍କୁ ଅଧିକ ଶୁଳ୍କଦେବାକୁ ବାଧ୍ୟ କରାଯାଉଛି । ତାହା ପରିବର୍ତ୍ତନ କରି ଏକ ଶହ ୟୁନିଟକୁ ଗୋଟିଏ ଦର ଲାଗୁ କରିବା । ବିଦ୍ୟୁତ ବଣ୍ଟନ ରେ ଗ୍ରାମାଞ୍ଚଳ ପ୍ରତି ସମ୍ପୁର୍ଣ୍ଣ ଅବିଚାର କରାଯାଇଛି । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ରାଜ୍ୟକୁ ୨୪ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯାଉ । କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ଦେୟ ସବ୍ସିଡି ବିଦ୍ୟୁତ ଉପଭୋକ୍ତାମାନେ ଠିକ ସମୟରେ ଶୁଳ୍କ ପୈଠ କରି ନପାରିଲେ ତାଙ୍କ ଉପରେ ଜୋର ଜୁଲୁମ କରାଯାଉଛି । ଏବଂ ସମୟ ନଦେଇ ଅବିଳମ୍ବେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଉଛି । ଏହିସବୁ ଦାବିନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କନିଷ୍ଠଯନ୍ତ୍ରୀ ଉଦଗାତାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଘେରାଉବେଳେ ବିଜେପିର ସୁକାନ୍ତ କୁମାର ମହାନ୍ତି, କରାମ ସିଂ ସରପଞ୍ଚ ମାଧବ ସାଏ, ଚତୁର ମୁଖ ମେହେର, ଶୈଳବାଲା ବାଗ, ଜୟନ୍ତ କୁମ୍ଭାର, ଅନୁପ କୁମାର ଦେବ, ସନ୍ତୋଷ ମେହେର, ସୁଶାନ୍ତ କୁମାର ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।