କିସ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ

0 149

ପାଟଣାଗଡ,୫/୭ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କିସ୍ ଆଦିବାସୀ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ଏକ ବସ୍ରେ କିସ୍ ପ୍ରତିଷ୍ଠାତ ଡ. ଅଚ୍ୟୁତ ସାମନ୍ତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକକୁ ପାଠ୍ୟ ପୁସ୍ତକସହ ଶୁଖିଲା ଖାଦ୍ୟ ପଠାଇଥିଲେ । ବଲାଙ୍ଗୀର ବେଲପଡାର ମାଲିମୁଣ୍ଡା ପାଟଣାଗଡର ଆଦିବାସୀ ଭବନ ଠାରେ ଆଦିବାସୀ ସଂଘ୍ର କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଛି । ଯାହାଦ୍ୱାରା କି ମହାମାରୀ କରୋନାର ଲକଡାଉନ ସଟଡାଉନ ପ୍ରଭାବରେ ଘରେଥାଇ ମଧ୍ୟ ଅଧ୍ୟୟନର ସହାୟକ ହେବ । ଏହାବ୍ୟତୀତ ଅନଲାଇନ ଜରିଆରେ ମଧ୍ୟ କିସ୍ର ଛାତ୍ରଛାତ୍ରୀମାନେ ଅଧ୍ୟୟନର ସହାୟକ ରହିଛି । ଡ. ଅଚ୍ୟୁତ ସାମନ୍ତଙ୍କୁ ବେଲପଡା, ପାଟଣାଗଡ ଆଦିବାସୀ ସଂଘର କର୍ମକର୍ତ୍ତାମାନେ ଧନ୍ୟବାଦ ଦେଇଛନ୍ତି । ପାଠ୍ୟପୁସ୍ତକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନରେ ଆଦିବାସୀ ସଂଘର ନିରଞ୍ଜନ ବିଶି, ଭୂପାଲ ସିଂ ବିଶ୍ୱାଳ, ଡମ୍ବରୁ ଧରୁଆ, ରସିକ ଧରୁଆ, ଘନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

8 + six =