କରୋନାରେ ବାପା-ମାଙ୍କୁ ହରାଇଥିବା ପରିବାରକୁ ସହାୟତାର ହାତ ବଢଇଲା ରାଏମନ ଫାଉଣ୍ଡେସନ

0 231

ପାଟଣାଗଡ : ଭାଗ୍ୟର ବିଡମ୍ବନା ! କେତେବେଳେ କିଏ କ’ଣ ହେବ କେହି କହି ପାରିବେ ନାହିଁ । କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡି ଦେବ । ବାପା, ମା ଙ୍କୁ କରୋନା ନେଇଗଲା ଆର ପାରିକି । ପିଲା ଛୁଆ ଙ୍କୁ ଠକିଦେଇ ଚାଲିଗଲେ ବାପା ମା ,ସତରେ କ’ଣ ସ୍ୱର୍ଗରେ ଥାଇ ଏମାନଙ୍କ କଥା ବୁଝିବ । ବର୍ତ୍ତମାନ ତିନି ଅନାଥଙ୍କ ସବୁ ବୋଝ ବୃଦ୍ଧ ଅଜା ଆଈଙ୍କ ଉପରେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ । କରୋନା ମହାମାରୀରେ ବାପା ସଞ୍ଜୟ ରାଉତ (୪୦), ମା ରୁଖ ରାଉତ (୩୫) ଆର ପାରିକୁ ଚାଲିଯିବା ପରେ ଏବେ ଅସହାୟ ,ବେସାହାରା ,ଅନାଥ ହେଇଗଲେ ଝିଅ କୁମାରୀ ରାଜେଶ୍ୱରୀ ରାଉତ(୧୫), କୁମାରୀ ପୂଜା ରାଉତ(୧୨), ପୁଅ ନାରାୟଣ ରାଉତ(୧୦) । ଏମିତି ଦୁଃଖଭରା ସମୟରେ ମୃତକ ପରିବାର କୁ ସମବେଦନା ଓ ସହଯୋଗର ହାତ ବଢାଇଛନ୍ତି ରାଏମନ ଫାଉଣ୍ଡେସନ ଟିଟିଲାଗଡ଼ । ଫାଉଣ୍ଡେସନର ଅଧକ୍ଷା ଶ୍ରୀମତୀ ରଞ୍ଜୁ ରାଏମନ ଉପସ୍ଥିତ ରହି ବେସାହାରା ପରିବାରକୁ ସମବେଦନା ଜଣେଇ କିଛି ଆର୍ଥିକ ସହାୟତା ଦେବା ସହ ସରକାର ତିନି ଅନାଥ ପୁଅ ଝିଅଙ୍କ ଥଇଥାନ କରିବା ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଆକାରେ ଆର୍ଥିକ ସହାୟତା ରାଶି ଦେବା ଓ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ମହତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଏମନ ଫାଉଣ୍ଡେସନ ଅନ୍ୟତମ ସଦସ୍ୟ ଷ୍ଟିଫେନ ରାଏମନ, କୋଶଲ ରାଜ୍ୟ ସମନ୍ୱୟ ସମିତିର ବନମାଳୀ ନାଏକ,ସିପୁନ ଖମାରୀ, ଗିରିରାଜ ଭୋଇ, ସେବିକା ରାଜହଂସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବେସାହାରା ପରିବାରକୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

nine − six =