ଭିଜିଲାନ୍ସ ଜାଲରେ ଆଡିସନାଲ୍ ପିସିସିଏଫ୍ ଅଭୟ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ

0 1,123

ଭୁବନେଶ୍ୱର : ରାଜ୍ୟରେ ଜଣକ ପରେ ଜଣେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ସରକାରୀ ଅଫିସରମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଘଟଣା ଦିନକୁ ଦିନ ବଢ଼ୁଛି । ଏହି କ୍ରମରେ ଆଉଜଣେ ବରିଷ୍ଠ ସରକାରୀ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ଆଇଏଫ୍‌ଏସ୍ ତଥା ଓଡ଼ିଶାରେ ଅତିରିକ୍ତ ପିସିସିଏଫ୍ (ଯୋଜନା କାର୍ଯ୍ୟକ୍ରମ ଓ ବନୀକରଣ) ଭାବେ କାର୍ଯ୍ୟ କରୁଥିବା ଅଭୟକାନ୍ତ ପାଠକ । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ୱାରେଣ୍ଟ ଜାରି ହୋଇଥିଲା । ମାନ୍ୟବର ସ୍ୱତନ୍ତ୍ର ଅଦାଲତ ଏହି ୱାରେଣ୍ଟ ଜାରି କରିବା ପରେ ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ୧୨ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି ।
ଓଡିଶାର ୪ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟନାରେ ଚଢ଼ଉ ହୋଇଛି । ଅଭୟକାନ୍ତ ପାଠକ ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ ଅଫିସର । ଏବେ ସେ ଓଡିଶା ଅତିରିକ୍ତ ପିସିସିଏଫ ଭାବରେ କାର୍ଯ୍ୟ କରୁଛନ୍ତି । ପୁଣେର ଭୁଗାଓଁ ହିଲ ଟାଉନ ଅଞ୍ଚଳରେ ଥିବା ପାଠକଙ୍କ ଫାର୍ମ ହାଉସ ଏବଂ କୋରେଗାଓଁ ପାର୍କରେ ଥିବା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ ହୋଇଛି ।
ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ସେ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିଳାସମୟ ଜୀବନଯାପନ କରୁଥିଲେ । ଚଢ଼ଉ ବେଳେ ଭିଜିଲାନ୍ସ ଅଫିସରମାନଙ୍କ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଲାଗିଛି । ତେବେ ତାଙ୍କର ମୋଟ କଳାଧନ ପରିମାଣ କେତେ ତାହା ଜଣାପଡ଼ି ନାହିଁ । ଏହି ଚଢ଼ଉକୁ ନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

hiring

ସେ ବୌଦ୍ଧ ବନବିଭାଗ ଟେରିଟୋରିଆଲ ଡିଭିଜନରେ ଦୀର୍ଘଦିନ ଧରି ଡିଏଫ୍‌ଓ ଭାବେ କାର୍ଯ୍ୟ କରିଥିବାରୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

4 × two =