ଶତପ୍ରତିଶତ ଫଳାଫଳ ନେଇ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚର୍ଚ୍ଚାରେ

0 575

ଫୁଲବାଣୀ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ବିଦ୍ୟାଳୟର ପାସହାର ଶତ ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପ୍ପର ଭାବେ ଏ୧ – ଗ୍ରେଡରେ ୪ ଜଣ ରହିଛନ୍ତି। ସେମାନେ ହେଲେ ସ୍ଥିତି ପ୍ରଜ୍ଞା ଦେବତା ୫୪୬ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ, ମଧୁସ୍ମିତା ମିଶ୍ର ୫୪୩ ନମ୍ବର ରଖି ଦ୍ବିତୀୟ, ଲୋପାମୁଦ୍ରା ପ୍ରଧାନ ୫୪୨ ନମ୍ବର ରଖି ତୃତୀୟ ସ୍ଥାନରେ ରହିଥିବା ବେଳେ ଆଦ୍ୟାଶା ପୃଷ୍ଟି ୫୪୧ ନମ୍ବର ରଖି ଚତୁର୍ଥ ସ୍ଥାନରେ ଅଛନ୍ତି । ଏଥି ସହିତ ବିଦ୍ୟାଳୟରେ ଏ୨-ରେ ୧୯ଜଣ,ବି୧ ରେ ୪୧ଜଣ, ବି୨ ରେ ୧୯ଜଣ ରହିଛନ୍ତି । ବିଦ୍ୟାଳୟରେ କେହିହେଲେବି ସି ଗ୍ରେଡ,ଡି ଗ୍ରେଡ,ଇ ଗ୍ରେଡ କିମ୍ବା ଫେଲ ହୋଇନାହାନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତ ଅଭିଭାବକ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶ୍ରେୟ ପ୍ରଦାନ କରିଛନ୍ତି । ଏଥି ସହିତ ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା, ଉପସଭାପତି ଡ଼ଃ ଚିତ ରଞ୍ଜନ ମିଶ୍ର, ସମ୍ପାଦକ ବିରଞ୍ଚୀ ନାରାୟଣ ମିଶ୍ର ଏବଂ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ଏହି ସଫଳତାକୁ ନେଇ ଗୌରାବାନିତ ମନେ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ଶୁଭ କାମନା କରିଛନ୍ତି । ପରୀକ୍ଷା ଫଳ ସମ୍ପର୍କିତ ସୂଚନା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ସଭାପତି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 + 13 =