ଫୁଲବାଣୀ ସହରର ଜବରଦଖଲ ଜମିପଟ୍ଟା ପ୍ରଦାନ ପାଇଁ ଜାଗ୍ରତ କନ୍ଧମାଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

0 270

ଫୁଲବାଣୀ, ୭/୭- ଫୁଲବାଣୀ ଜାଗ୍ରତ କନ୍ଧମାଳ ପକ୍ଷରୁ ଫୁଲବାଣୀ ସହରର ଜବରଦଖଲ ସରକାରୀ ଜମିପଟ୍ଟା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କୁ ଏକ ସ୍ମାକରପତ୍ର ପ୍ରଦାନ କରାଯାଇଅଛି । ଜାଗ୍ରତ କନ୍ଧମାଳ, ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ ଶ୍ରୀ ସତ୍ୟନାରାୟଣ ବେହେରା, ପୂର୍ବତନ କନ୍ଧମାଳ, ବିଜେପି ସଭାପତି, ଲିଙ୍ଗରାଜ ଦଳବେହେରା ଓ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଫୁଲବାଣୀ ସହରର ଓ ଅନ୍ୟାନ୍ୟ ଅଞ୍ଚଳରୁ ଗରିବ, ଅସହାୟ ଓ ଭୂମିହୀନ ଲୋକ ଦୀର୍ଘ ୩୦ ବର୍ଷରୁ ଉଦ୍ଧ୍ୱର୍ ବର୍ଷଧରି ବସବାସକରିଆସୁଅଛନ୍ତି । ବିଭିନ୍ନ ସମୟରେ ସଂଘ ପକ୍ଷରୁ ଜମିପଟ୍ଟା ପ୍ରଦାନ ପାଇଁ ଦାବୀ ହୋଇଆସୁଅଛି । ରାଜସ୍ୱ ବିଭାଗ ଚିଠି ନଂ. ୩୧୨୧୫ ତା. ୧୩.୦୭.୨୦୦୦ ରିଖ ସରକାରଙ୍କ ପ୍ରିନ୍ସିପାଲ୍ ସେକ୍ରେଟାରୀ ରାଜ୍ୟ ର୍ୟାଣ୍ଡ୍ ରେକର୍ଡସ୍ ଓ ସର୍ଭେବୋର୍ଡ ଅଫ୍ ରେଭିନ୍ୟୁ ଓଡିଶା, କଟକ, ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି ଲେଖିଥିଲେ । ସରକାର ସେଟେଲ୍ମେଣ୍ଟ୍ ଅପରେସନ୍ ରିଭିଜନ୍ କରି ଫାଇନାଲ୍ ରେକର୍ଡ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ କରିଥିଲେ । କନ୍ଧମାଳ ଦଙ୍ଗାପରେ ଅନେକ ଗରିବ, ଅସହାୟ ଓ ଭୂମିହୀନ ଲୋକଆସି ଫୁଲବାଣୀ ସହରରରେ ବସବାସ କରୁଛନ୍ତି । ଫଳରେ ସରକାରୀ ଜମି ଜବରଦଖଲ ହୋଇଅଛି । ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ସମୟଧରି ଲୋକେ ବସବାସ କରୁଥିଲେ ମଧ୍ୟ ସରକାର ପଦକ୍ଷେପ ନ ନେବାରୁ ଅସହାୟ ଲୋକେ ସ୍ଥାୟୀବାସିନ୍ଦା ପ୍ରମାଣପତ୍ର ପାଇବା ଓ ପ୍ରଜାସତ୍ତ୍ୱାଧିକାର ପ୍ରାପ୍ତିରୁ ବଞ୍ଚିତ ହୋଇ ଆର୍ଥିକ ଓ ମାନସିକ ଅଶାନ୍ତିରେ ଜୀବିକା ନିର୍ବାହ କରିଆସୁଛନ୍ତି । ଅନ୍ୟୁନ ୨୦ହଜାର ପରିବାର ବସବାସକରି ସେମାନଙ୍କର ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଆଦିବୀସୀ, ହରିଜନ ଓ ଓବିସି, ସାଧାରଣ ବର୍ଗର ଲୋକମଧ୍ୟ ଜବରଦଖଲ ଜମିରେ ରହିଆସୁଅଛନ୍ତି । ସମିଧାନର ଧାରା ୨୧ ଅନୁଯାୟୀ ଆଶ୍ରୟ ଜନିତ ସମ୍ପର୍କରେ ନାଗରିକକୁ ଅଧିକାର ମିଳିଛି ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ସୁପାରିସ କରିବାପାଇଁ “ଜାଗ୍ରତ କନ୍ଧମାଳ” ଅତିରିକ୍ତ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁଙ୍କୁ “ଜାଗ୍ରତ କନ୍ଧମାଳ”ର କର୍ମକର୍ତ୍ତା ଙ୍କୁ ସୁପାରିଶ ପାଇ ଁ ପ୍ରତିଶୃତି ଦେଇଛନ୍ତି । ସଂଘ ପକ୍ଷରୁ ଜିଲ୍ଲାପାଳ ଡଃ. ବୃନ୍ଦା ଦେବରଞ୍ଜନଙ୍କର ଅନୁକମ୍ପା ଓ ଉଚିତ୍ ପଦକ୍ଷେପ ପାଇଁ କନ୍ଧମାଳ ବାସୀ ଓ ଫୁଲବାଣୀ ସହର ଲୋକେ ଓ ବସ୍ତିବାସିନ୍ଦା କୃତଜ୍ଞ ରହିବେ ବୋଲି ଆଶାପୋଷଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six + eighteen =