ଆଡ଼ମ୍ବରବିହୀନ ମହାନବମୀ ପୂଜା ପାଳିତ ହେବ ବଲସକୁମ୍ପା ମନ୍ଦିରରେ

0 143

ଫୁଲବାଣୀ,୪/୧୦:- କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଳକ ଅନ୍ତର୍ଗତ ବଲସକୁମ୍ପାଠାରେ ଥିବା ମା’ ବରାଳଦେବୀଙ୍କ ଶକ୍ତିପୀଠ ଜିଲ୍ଲାରେ ପ୍ରସିଦ୍ଧ ଅଟେ । ସେଠାରେ ପ୍ରତିବର୍ଷ ଦଶହରା ପୂର୍ବଦିନ ମହାନବମୀ ପୂଜା ମହାସମାରୋହରେ ପାଳିତ ହୁଏ । ମା ବରାଳଦେବୀ ଠାକୁରାଣୀ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ଆରାଧ୍ୟ ଦେବତା ଅଟନ୍ତି । ଚଳିତବର୍ଷ କରୋନା ମହାମାରୀର ସଂକ୍ରମଣ ଏବଂ ଏଥିନିମନ୍ତେ ହୋଇଥିବା କଟକଣା ଯୋଗୁଁ ସବୁବର୍ଷ ପରି ଧୁମଧାମ୍‌ରେ ନପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମନ୍ଦିର କମିଟିର ଅଧ୍ୟକ୍ଷ ଫୁଲବାଣୀ ଉପ-ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ । ଗୁରୁବାର ଅପରାହ୍ନ ୪ଟା ସମୟରେ ଫୁଲବାଣୀ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ଖଜୁରିପଡା ତହସିଲଦାର ସ୍ୱପ୍ନିତା ନାୟକ, ରାଜସ୍ୱ ନିରୀକ୍ଷକ ବଲସକୁମ୍ପା, ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ସଭାପତି ଚିତରଞ୍ଜନ ପ୍ରଧାନ, ସମ୍ପାଦକ ସଞ୍ଜୟ କୁମାର କହଁର, ସେବାୟତ ନଟବର ନାୟକ ଦିଲ୍ଲୀପ କୁମାର ଦଳବେହେରା, ଉଦ୍ଧବ ବିଶୋୟୀଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଚଳିତବର୍ଷ ମହାନବମୀ ପୂଜା ସୁଚାରୁରୁପେ ପରିଚାଳନା କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ଜନଗହଳି ନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବା ସହିତ ମନ୍ଦିର ଚାରିପାଶ୍ୱର୍ରେ ବାଡ ଦିଆଯିବା,ସାଂସ୍କୃତିକ କାର୍ଯ୍ୟକ୍ରମ ଲାଇଟ ସାଉଣ୍ଡ ଆଦିର ବ୍ୟବହାର ନକରିବା ଏବଂ ସେଠାରେ ୫୦ ଜଣ ସଦସ୍ୟରୁ ଅଧିକ ରହିବାକୁ ବାରଣ କରାଯାଇଛି । ସେଠାରେ ଥିବା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ସମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × one =