ଚଳିତ ବର୍ଷ ଫିକା ପଡିଲା ଇଦ ପର୍ବ: ଫୁଲବାଣୀର ଜାମା ମସଜିଦ ଶୁନଶାନ

0 201

ଫୁଲବାଣୀ,୧୪/୫- ମୁସଲମାନ ଭାଇମାନଙ୍କ ଆଜି ପବିତ୍ର ଇଦ ପର୍ବ ଯାହାକି ସମଗ୍ର ଦେଶରେ ବଡ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଜନିଜ ଘରେ ରହି ଇଦ ପର୍ବ ପାଳନ କରାଯାଇଛି । ଏନେଇ ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ ପକ୍ଷରୁ ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ସଭାପତିତ୍ୱରେ ଏକ ଭରଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା । ଗୁରୁବାରଦିନ ମୁସଲମାନ ଭାଇଙ୍କ ରମଜାନ ମାସର ଶେଷଦିନ ଥିଲା । ଶୁକ୍ରବାର ଦିନ ପବିତ୍ର ଇଦୁଲଫିତର ପର୍ବ ସେନେଇ ଇଦୁଲଫିତର ପର୍ବ କିପରି ପାଳନ କରିବାକୁ ସେ ବିଷୟରେ ପ୍ରତ୍ୟେକ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ କରୋନା ତେଣୁ ସରକାର ଲକଡାଉନ ଘୋଷଣା କରିଛନ୍ତି ସେହି ଦୃଷ୍ଟିରୁ ଯେମିତି କୌଣସି ପ୍ରକାର ଆଇନକୁ ଉଲ୍ଲଂଘନ ନ କରାଯାଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ କରିଥିଲେ । ଇଦୁଲଫିତରକୁ ଘରେ ରହି ପାଳନ କରିବେ ମସିଜିଦ ଯାଇକି ଅଯଥା ଭିଡ଼ ନ ଜମାଇବା ପାଇଁ ଅନୁରୋଧ କରିଥିଲେ । ଏଥିରେ କନ୍ଧମାଳ ଜିଲ୍ଲାର ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ଭାଗ ନେଇଥିଲେ । ସେ ମଧ୍ୟ କନ୍ଧମାଳବାସୀଙ୍କୁ ଇଦ ପର୍ବର ଶୁଭେଚ୍ଛା ଜଣେଇବା ସହ ଆଲ୍ଲାଙ୍କ ନିକଟରେ ଏହି କରୋନା ମହାମାରୀ ସଙ୍କଟରୁ କିପରି ସମସ୍ତେ ଉଦ୍ଧାର ପାଇବେ ପବିତ୍ର ଇଦ ପର୍ବରେ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + 12 =