ଅପରେସନ ପରେବି ବଢ଼ୁଛି ଛଅ ମାସ ଛୁଆର ମୁଣ୍ଡ

0 200

ଫୁଲବାଣୀ,୨୯/୭ -ଚିନ୍ତାରେ ପଡିଛନ୍ତି ଦିନ ମଜୁରିଆ ପରିବାର ସ୍ତ୍ରୀ ହୀରା ବେହେରା ଏବଂ ଶାଶୁ ବୁଢ଼ୀ ସୁଷମା ବେହେରାଙ୍କୁ ନେଇ ଦୁଃଖ କଷ୍ଟ କରି ଗୁଜୁରାଣ ମେଣ୍ଟାଇବା ସହିତ ବେଶ୍‌ ଖୁସିରେ ଚଳୁଥିଲା ସମ୍ବିତ ନାୟକଙ୍କ ପରିବାର । ଗତ ଜାନୁଆରୀମାସ ୧୨ ତାରିଖରେ ସମ୍ବିତ୍‌ ଏବଂ ହୀରାଙ୍କ କୋଳରେ ଜନ୍ମ ନେଇଥିଲା ଶିଶୁପୁତ୍ରଟିଏ । ଶିଶୁପୁତ୍ରକୁ ନେଇ ଖୁସିହୋଇ ବହୁ ସ୍ୱପ୍ନ ମଧ୍ୟ ଦେଖିଥିଲେ ଉଭୟେ । ହେଲେ ଜନ୍ମ ହେବାର କିଛିଦିନ ମଧ୍ୟରେ ଶିଶୁ ପୁତ୍ରର ମୁଣ୍ଡ ବଢ଼ିବାକୁ ଲାଗିଲା । ଫଳରେ ପୁତ୍ରକୁ ପ୍ରଥମେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା ସହିତ ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଏବଂ କଟକସ୍ଥିତ ଏସସିବି ମେଡ଼ିକାଲରେ ଚିକିତ୍ସା କରାଇ ବିଫଳ ହେବାପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଅପରେସନ କରାଇଥିଲେ । ସେଠାରେ ଅପରେସନ ପରେ ଘରକୁ ଫେରିଥିଲେ ମଧ୍ୟ ଶିଶୁଟିର ମୁଣ୍ଡ ପୁଣିଥରେ ବଢ଼ିବାକୁ ଲାଗିଛି । ଫଳରେ ଦିନକୁ ଦୁଇବେଳା ଖାଇବାକୁ ରୋଜଗାର କରିପାରୁନଥିବା ପରିବାର କିଭଳି ଏଭଳି ପରିସ୍ଥିତିକୁ ସାମ୍ନା କରିବେ ଏବଂ ଶିଶୁଟିର ଅଧିକ ଚିକିତ୍ସା କରିପାରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ବନ୍ଧସାହି ଗ୍ରାମର ସମ୍ବିତ ନାୟକଙ୍କ ପରିବାର । ଏଭଳି ପରିସ୍ଥିତିରେ ସରକାର ଏହି ଅସହାୟ ପରିବାରକୁ ସାହାଯ୍ୟ କରିବା ସହିତ ଅଧିକ ଚିକିତ୍ସାର ବ୍ୟବସ୍ଥା କରାଇବା ପାଇଁ ସରକାରଙ୍କ ନିକଟରେ ଅନୁରୋଧକରି ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିମାଇଁ ଚରଣ ବିଶିଙ୍କୁ ଲିଖିତଭାବେ ଜଣେଇଛନ୍ତି ସମ୍ବିତ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତର ଶ୍ରୀଯୁକ୍ତ ବିଶି ।

hiranchal ad1
Leave A Reply

Your email address will not be published.

thirteen − 9 =