ଫୁଲବାଣୀ,୫/୧୧- ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ପିଅନପଡାର ୧୨ନଂ ୱାର୍ଡ, କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ପ୍ରାୟ ରାତି ୨ଟା୪୫ ରେ ୪ ଜଣ ଦୃବୁର୍ତ୍ତ ଦୁଇଟି ବାଇକ୍ରେ ଆସି ଟିଟନଙ୍କ ପରିବାର ଘରେ ଶୋଇଥିବା ସମୟରେ ତିନୋଟି ବୋମାମାଡ କରିଥିଲେ ଯାହାଫଳରେ ଟିଟନଙ୍କ ସିଟ ଭାଙ୍ଗିଯାଇଥିଲା କିନ୍ତୁ ଅଳ୍ପକେ ବର୍ତ୍ତିଥିଲେ ପରିବାର ଲୋକେ । ସୂଚନା ପ୍ରକାରେ ଗତ କିଛିଦିନ ତଳେ ରାଜକୁମାର ସହ ଟିଟନ ବେହେରାଙ୍କ ମଧ୍ୟରେ ବଚଶା ହୋଇଥିଲା । ରାଜକୁମାର ଟିଟନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହାର ସୁଯୋଗ ନେଇ ରାଜକୁମାର ବିଳମ୍ବିତ ରାତିରେ ଟିଟନଙ୍କ ଘର ଉପରକୁ ବୋମାମାଡ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରାଜକୁମାରଙ୍କ ନାରେ ଆଗରୁ ବହୁତ ଅପରାଧିକ ମାମଲା ରହିଛି । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା ଘଟିବା ପରେ ପରିବାରର ଲୋକଙ୍କ ସମେତ ଆଖ ପାଖ ସାହି ପଡିଶା ଲୋକେ ଭୟଭୀତ ହୋଇଯାଇଛନ୍ତି ।