ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ

0 69

ଫୁଲବାଣୀ,୨୧/୬:- ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଉପସ୍ଥିତ ଲୋକମାନଙ୍କୁ ଯୋଗ ଦିବସ ଉପରେ ଆଲୋଚନା କରିଥିଲେ । ନିଜ ଶରୀରକୁ ଭଲ ପାଇ ତା’ର ଯତ୍ନ ନେଲେ ଆମେ ସୁସ୍ଥ ରହିବା ସହ ସୁସ୍ଥ ବିଚାର ଆସିବ ବୋଲି କହିଥିଲେ । ପତଞ୍ଜଳି ଯୋଗ ଆଧାରିତ ବାବା ରାମଦେବଙ୍କ ସାଧନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱ ଯୋଗକୁ ପ୍ରମୁଖ ସ୍ଥାନ ଦିଆଯାଇଛି ବୋଲି ଅବଗତ କରାଇଥିଲେ । ପରେ ପରେ ଶ୍ରୀ ଧଳ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାସହ କେବଳ ଯୋଗ ଦିବସ ଦିନ ଯୋଗ ନ କରି ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × five =