ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ଯୋଜନା ରଖିଛି ୟୁଥ ଅଫ କନ୍ଧମାଳ

0 125

ଫୁଲବାଣୀ୧୩/୦୬ – ୟୁଥ ଅଫ କନ୍ଧମାଳ ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁଡ୍ରୁକୁଂପା ପଞ୍ଚାୟତରେଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ତିନୋଟି ଗାଁର ସୁବିଧା ଅସୁବିଧା ଉପରେ ନଜର ପକାଇଥିଲା । ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ବି ଉପାୟରେ ଭରିଯାଉଛି କିନ୍ତୁ ଶିକ୍ଷାର ଭୋକ କେହି ମେଣ୍ଟାଇ ପାରୁନାହାନ୍ତି । ଯାହା କରୋନା ଯୋଗୁଁ ବେଶି କ୍ଷତିଗ୍ରସ୍ତ ,ଦୁଃଖର ବିଷୟ ଯେ ପିଲାଙ୍କୁ ଖୋଜିଲା ବେଳକୁ ସବୁ ପିଲା କେହି ଘରେହିଁ ନଥିଲେ ସବୁ ଜଙ୍ଗଲକୁ ଆମ୍ବ ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ପାଇଁ ଯାଇଥିଲେ । ସେ ଅସୁବିଧାକୁ ଦେଖି ଆଜି ୟୁଥ୍‌ ଅଫ କନ୍ଧମାଳର କିଛି ଯୁବ ବନ୍ଧୁ ଉକ୍ତ ଗାଁରେ କରୋନା ସଚେତନତା , ମାସ୍କ ବଣ୍ଟନ ସହ କରୋନା ମହାମାରୀ ଯୋଗୁ ଶିକ୍ଷା ବାତାବରଣରୁ ଦୂରକୁ ଚାଲିଯାଇଥିବା ଗାଁର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଇଥିଲେ ଏବଂ ଏହି କାର୍ଯ୍ୟ ଆଗାମୀ ଦିନରେ ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁରେ ପାଠ ପଢ଼ାଇବା ଯୋଜନା ରହିଛିବୋଲି କହିଥିଲେ । ଆଜିର କାର୍ଯକ୍ରମ ୟୁଥ୍‌ ଅଫ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ସିଦ୍ଧାର୍ଥ ନାୟକଙ୍କ ଅବଦାନ ତଥା ବିବେକ ଭାଇ, ସୋମ୍ୟାଜିତ୍‌ ତ୍ରିପାଠୀ , ଶିବ ସୁନ୍ଦର ସାହୁ, ଲଳିତ ପ୍ରଧାନଙ୍କ ବଳିଷ୍ଠ ଯୋଗଦାନରେ ସଫଳ ହୋଇପାରିଛି ।

hiranchal ad1
Leave A Reply

Your email address will not be published.

19 + 12 =