ସୌମ୍ୟରଞ୍ଜନଙ୍କୁ ସମ୍ବର୍ଦ୍ଧିତକଲା କନ୍ଧମାଳ ମିଡିଆ ଫୋରମ

0 233

ଫୁଲବାଣୀ,୧୧/୮- ବୁଧବାର ଦିନ ସ୍ଥାନୀୟ ପ୍ରେସକ୍ଲବ ଫୁଲବାଣୀଠାରେ କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁଚନାଯୋଗ୍ୟ ଯେ ଗତ ୨୨ଜୁଲାଇରେ ଲାଇବେରିଆର ମିନିଷ୍ଟେରୀ ଅଫ ଫାଇନାନ୍ସ ଏଣ୍ଡ ଡେଭଲୋପମେଣ୍ଟ ପ୍ଲାନିଂ ଡିପାର୍ଟମେଣ୍ଟର କେହି ଜଣେ ଫେକ ପେଜ ତିଆରି କରିଥିଲେ । ସେହି ନକଲି ପେଜରେ କୋଭିଡ-୧୯ ସମୟର ଅସୁବିଧା ଲେଖି କିଛି ସହାୟତା ଅର୍ଥ ଦେବାପାଇଁ ପୋଷ୍ଟ୍‌ ହେଉଥିଲା । ଯାହାଫଳରେ ସେହି ଅର୍ଥରାଶି ସରକାରଙ୍କ ପାଖକୁ ନଯାଇ ସେହି ଠକମାନଙ୍କ ପାଖକୁ ଯାଉଥିଲା । ଏହିପରି ନକଲି ପେଜ କିମ୍ବା ଏକାଉଣ୍ଟଖୋଲିବା ଏକ ସାଇବର କ୍ରାଇମ୍‌ । ଏଲସିସିପିଏମଏର ଅନୁକମ୍ପାମୂଳକ ଅନୁରୋଧକ୍ରମେ ସୌମ୍ୟରଞ୍ଜନ ସେହି କେସରେ କାର୍ଯ୍ୟ ଆରମ୍ଭ କରିଥିଲେ ପରବର୍ତ୍ତୀ ସମୟରେ ସେହି ଠକମାନଙ୍କୁ ଧରିନିଆଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏନେଇ ସୌମ୍ୟଙ୍କୁ ଏଲସିସିପିଏମଏ ତରଫରୁ ୩୦ ଡଲାର ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ଫୋରମର ସଭାପତି ସୁନିଲ ବିଶ୍ୱାଳଙ୍କ ସଭାପତିତ୍ୱରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ଫୋରମର ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ସନ୍ତୋଷ ଦିଗାଲ, ତ୍ରିନାଥ ସାହୁ, ପ୍ରେସ କ୍ଲବର ସଭାପତି ଶିବ ତ୍ରିପାଠୀ, ସମ୍ପାଦକ ଅଜିତ ମହାରଣା, ଫିଲିମୋହନ ନାୟକ, ସଦାଶିବ ପାତ୍ର, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ସୌମ୍ୟରଞ୍ଜନ ଖୁବ କମ ବୟସରେ ସାଇବର ଏକ୍ସପର୍ଟ ପାଲଟିବା, ପାଠପଢ଼ା ବାଦେ କମ୍ପ୍ୟୁଟରରେ ମନୋନିବେଶ କରି ସାଇବର ବିଶେଷଜ୍ଞ ହୋଇପାରିବା, କନ୍ଧମାଳକୁ ଗୌରବ ଆଣିବା ସହିତ ବାହାର ଦେଶରେ ସୁନାମ ଅର୍ଜନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବହୁତ କମ ଲୋକଙ୍କ ଭାଗ୍ୟରେ ଜୁଟିଥାଏ । ତାଙ୍କର ପାରଦର୍ଶିତା ଅନ୍ୟମାନଙ୍କୁ ନିଶ୍ଚୟ ଏକ ପ୍ରେରଣା ଯୋଗାଇବ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ପରେ ତାଙ୍କୁ ଫୋରମ ତରଫରୁ ପୁଷ୍ପଗୁଚ୍ଛ, ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ଜଳମୟ କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଫୋରମର ଉପ ସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ରମେଶ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା, ବୈଦ୍ୟ ନାୟକଙ୍କ ସମେତ ହିମାଂଶୁ ବେହେରା, କ୍ଷିରୋଦ ସାହାଣୀ, ବ୍ରଜ ନାୟକ, ଦୁଃଖି ଶ୍ୟାମ ପ୍ରଧାନ, ଦୀନେଶ ମହାପାତ୍ର, ବିଶ୍ୱରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =