ଫୁଲବାଣୀ,୪/୬- କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗେରିଡିଙ୍ଗିଆ ଗ୍ରାମର ୨ଭାଈ ମାମୁଁ ଘର ଗୁଟିଙ୍ଗିଆ ପଞ୍ଚାୟତ ମାଳିକାପଡ଼ାକୁ ବୁଲିବାକୁ ଯାଇଥିଲେ । ଦୁଇ ଭାଇ ସକାଳୁ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଟିଏ ଭାଇର ଗୋଡ଼ ଖସିଯିବାରୁ ବୁଡ଼ି ଯାଉଥିବା ବେଳେ ଅନ୍ୟ ଭାଇ ବଞ୍ଚେଇବାକୁ ଯାଇ ସେଠାରେ ଦୁଇ ଭାଇ ବୁଡ଼ି ମୃତ୍ୟୁବରଣ କରିଥିଲେ । ଦୁଇ ଭାଇଙ୍କ ନାମ ମିହିର ପ୍ରଧାନ ବୟସ ୧୫ବର୍ଷ, ଅନ୍ୟ ଜଣକ ନାମ କାମାକ୍ଷା ପ୍ରଧାନ ବୟସ ୧୨ ବର୍ଷ । ବଡ଼ଭାଇ ଦଶମ ଓ ସାନ ଭାଇ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଦୁଇଭାଇଙ୍କ ମୃତ୍ୟୁରେ ପରିବାର ପୁରା ଭାଙ୍ଗି ପଡିଥିବାବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ସାରଙ୍ଗଡ଼ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ୟୁଡି କେଶ୍ ୧/୨୧ରେ ଏକ ମାମଲା ରୁଜୁ କରି ଏସ୍ ଆଇ କୃଷ୍ଣ ଚନ୍ଦ୍ର ଗୌଡ଼ ତଦନ୍ତ କରିଥିବା ସୁଚନା ଦେଇଛନ୍ତି ସାରଙ୍ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀଣୀ ଅନିତା କିଡୋ ।