କନ୍ଧମାଳ ମିଡ଼ିଆ ଫୋରମର ପ୍ରଥମ ବୈଠକ ଉପଦେଷ୍ଟା ଓ ସଦସ୍ୟ ଚୟନ

0 158

ଫୁଲବାଣୀ,୧୮/୭- ରବିବାର ସ୍ଥାନୀୟ ଫୁଲବାଣୀ ପ୍ରେସକ୍ଲବ ଠାରେ କନ୍ଧମାଳ ମିଡ଼ିଆ ଫୋରମର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଫୋରମର ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିବା ବେଳେ ସଭାପତି ସୁନୀଲ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ଉପଦେଷ୍ଟା, ସଦସ୍ୟ ଓ ସ୍କୁଟନି କମିଟି ଚୟନ କରାଯାଇଥିଲା । ମିଡ଼ିଆ ଫୋରମର କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଶାନ୍ତ କୁମାର ଜେନା, ବାଳକୃଷ୍ଣ ଚର୍ଚ୍ଚି଼ି, ଶିବ ପ୍ରସାଦ ନାୟକ, ଅଶୋକ ପରିଡ଼ା, ବ୍ରଜ ମୋହନ ନାୟକ ଓ ବୈଦ୍ୟ ନାୟକଙ୍କୁ ସର୍ବସମତି କ୍ରମେ ଚୟନ କରାଗଲା । ସେହିପରି ଉପଦେଷ୍ଟା ଭାବେ ସୁନିଲ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ, ତ୍ରିନାଥ ସାହୁ, ଅଜିତ ମହାରଣା, ଶିବାନନ୍ଦ ପଟ୍ଟନାୟକଙ୍କୁ ଏବଂ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ଆଇନ ଉପଦେଷ୍ଟା ଏବଂ ସ୍କୁଟନିଂ କମିଟିର ମୁଖ୍ୟଭାବେ ମନୋନୀତ କରାଗଲା । ସଙ୍ଘର ଉପଦେଷ୍ଟା ସନ୍ତୋଷ କୁମାର ଦିଗାଲ ପୂର୍ବରୁ ବହିଷ୍କୃତ ରାଧାମୋହନ ମହାପାତ୍ରଙ୍କୁ ସଦସ୍ୟ ରୂପେ ଗ୍ରହଣ କରିବାକୁ ପ୍ରସ୍ତାବ ରଖିଥିଲେ । ସମସ୍ତ ସଦସ୍ୟ ସମ୍ମତ ପ୍ରକାଶ କରିବାରୁ ରାଧାମୋହନ ମହାପାତ୍ରଙ୍କୁ ପୁନର୍ବାର ସଦସ୍ୟ ରୂପେ ଗ୍ରହଣ କରାଗଲା । ପ୍ରତି ମାସରେ ନିୟମିତ ଭାବେ ଫୋରମର ବୈଠକ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ଖୁବ ଶୀଘ୍ର ଫୋରମର କାର୍ଯ୍ୟାଳୟ ନିଜସ୍ୱ ଜାଗାରେ କରାଯିବା ପାଇଁ ସଭାପତି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 5 =