ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ

0 264

ଫୁଲବାଣୀ,୨/୫: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟାସାହିରେ ଗତ ବିଳମ୍ବିତ ରାତିରେ ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ କିଛି ଦୁବୃର୍ତ୍ତ । ତାଲା ନଭାଙ୍ଗିବାରୁ ଏସବିଆଇ କ୍ୟାସ୍‌ଗାଡିକୁ ନିଆଁଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସୁଇଫ୍ଟ ଡିଜେରୋ ଗାଡିକୁ ମଧ୍ୟ ପୋଡି ଦେଇଥିଲେ ଦୁବୃର୍ତ୍ତ ମାନେ । ଗାଡି ପୋଡିବା ସମୟରେ ଟାୟାର୍‌ଟି ଫାଟିଯିବାରୁ ଶବ୍ଦ ଶୁଣି ରହୁଥିବା ସ୍ଥାନୀୟଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛି । ଫଳରେ ନିଆଁ ଲିଭାଇବା ସହ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛି ତାର ତଦନ୍ତ ଚାଲିଥିବା କଥା ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − eleven =