ଫୁଲବାଣୀ,୮/୮ – ଆଜି ବାଲିଗୁଡା ନିର୍ବାଚନ ମଣ୍ଡଳୀର କେ. ନୂଆଗାଁ ବ୍ଲକଠାରେ ମହିଳା ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳାମାନଙ୍କ ନିମନ୍ତେ ଯେଉଁସବୁ ଯୋଜନାମାନ କରି ମହିଳାମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି ଏବଂ ମହିଳାମାନେ ନିଜର ଅଧିକାର ପାଇବା ନିମନ୍ତେ ଯେଉଁ ସବୁ ସୁଯୋଗ ଦେଇଛନ୍ତି ସେସବୁ ବିଷୟରେ ମହିଳାମାନଙ୍କୁ ଅବଗତ କରାଇଥିଲେ ଏବଂ ଆଗାମୀ ନିର୍ବାଚନରେ କିପରି ମହିଳାମାନଙ୍କ ଭୋଟ ସଂଖ୍ୟା ଅଧିକ ମାତ୍ରାରେ ଆସି ବିଜୁ ଜନତା ଦଳକୁ ବିଜୟ ଲାଭ କରିପାରିବ ଏଥି ନିମନ୍ତେ ପ୍ରସ୍ତୁତି ଓ ରଣନୀତି ଆରମ୍ଭ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଲଳିତା ପ୍ରଧାନ ଓ ତାଙ୍କର ସହକର୍ମୀମାନଙ୍କୁ ଏବଂ ବିଜେପିର ଅନେକ ନାରୀନେତ୍ରୀମାନଙ୍କୁ ଆଜି ବିଜୁ ମହିଳା ଜନତା ଦଳରେ ସାମିଲ କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ବ୍ଲକ ମହିଳା ସଭାନେତ୍ରୀ ଅନିତା ମଲ୍ଲିକ । ଏହି ସଭାରେ ମାନ୍ୟବର ବିଧାୟକ ଚକ୍ରମଣି କହଁର, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ପାଣିଗ୍ରାହୀ, ବ୍ଲକ ସଭାପତି ବାସୁଦେବ ପଣ୍ଡା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।