ଫୁଲବାଣୀ ,୨୮/୫- କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସହରର ଦୁଃଖୀରଙ୍କୀ ମାନଙ୍କୁ ଗୋଟିଏଦିନ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ଟିମ ହ୍ୟୁମାନିଟିକୁ ମଧ୍ୟ ରାସନ ସାମଗ୍ରୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରେସକ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ । ଆସୋସିଏସନର ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ଅଜିତ ମହାରଣା, ସଭାପତି ସୁଜିତ ବେହେରା, ସଂପାଦକ ତ୍ରିନାଥ ସାହୁ, କାର୍ଯ୍ୟକାରୀ ସଭାପତି ବ୍ରଜବିହାରୀ ନନ୍ଦ, ଉପ ସଭାପତି ଅଶୋକ ମହାନ୍ତି, କୋଷାଧକ୍ଷ ସୁନୀଲ ବିଶ୍ୱାଳ, ସ୍କୃଟିନି କମିଟି ମୁଖ୍ୟ ରଞ୍ଜନ କୁମାର ପ୍ରଧାନ, ରାକେଶ ରାଉତ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫୁଲବାଣୀରେ କାର୍ଯ୍ୟରତ ପ୍ରାୟ ୫୦ ଜଣ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଏଥିସହିତ ଜିଲ୍ଲାର ଦୁଇଜଣ ବରିଷ୍ଠ ସାମ୍ବାଦିକ ନାଜିର ଆଖତର ଏବଂ ରବି ଦାସଙ୍କୁ ମଧ୍ୟ ଏହି ରାସନ ସାମଗ୍ରୀ ଦିଆଯାଇଛି । ରାସନ ସାମଗ୍ରୀ ମଧ୍ୟରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଚାଉଳ ସହିତ ଡାଲି, ଚିନି, ତେଲ, ଅଟା, ଚୁଡା, ବିସ୍କୁଟ, ସାବୁନ, ସର୍ଫ ଏବଂ ସାନିଟାଇଜର କିଟ ବ୍ୟାଗ ପ୍ରଦାନ କରାଯାଇଥିଲା । ଏହି ମହାମାରୀ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହେଇଥିବାବେଳେ ସାମ୍ବାଦିକ ମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।ଏହା ସତ୍ତେ୍ୱ୍ୱ ଏହି ଜଟିଳ ପରିସ୍ଥିତିରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ନିରବିଛିନ୍ନ ଭାବେ ଖବର ପରିବେଷଣ କରୁଛନ୍ତି । ତେଣୁ ସାମ୍ବାଦିକ ମାନଙ୍କ ଏହି ଜଟିଳ ପରିସ୍ଥିତିରେ ତାଙ୍କୁ ସାମାନ୍ୟତମ ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିମାନେ କହିଛନ୍ତି ।