ସ୍ୱାତୀର ସମ୍ପାଦକ ହରିଶଙ୍କରଙ୍କ ପିତୃ ବିୟୋଗ

0 188

ଫୁଲବାଣୀ,୬/୮: ସ୍ୱାତୀ ଅନୁଷ୍ଠାନର ସଂମ୍ପାଦକ ହରିଶଙ୍କର ରାଉତଙ୍କ ବାପା ସ୍ୱର୍ଗତ କାହ୍ନୁଚରଣ ରାଉତ ମଙ୍ଗଳବାର ୪ ତାରିଖ ସକାଳୁ ୮୬ବର୍ଷ ବୟସରେ ବ୍ରହ୍ମପୁରସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ଝିଅ ଓ ହରିଶଙ୍କରଙ୍କ ମାଆ ଉପସ୍ଥିତ ଥିଲେ । ଖବର ପାଇ ହରିଶଙ୍କର ଫୁଲବାଣୀରୁ ଯାଇ ଦିନ ଦଶଟା ବେଳକୁ ବ୍ରହ୍ମପୁର ରେ ପହଞ୍ଚି ବାରଟା ବେଳେ ଅନ୍ତେଷ୍ଟିକ୍ରିୟା କରିଥିଲେ । ହରିଶଙ୍କରଙ୍କ ବାପା ୧୯୩୪ମସିହା ନଭେମ୍ବର ପନ୍ଦର ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ନଭେମ୍ବର୧୯୯୨ରେ ଅବସର ଗ୍ରହଣ କରିଥିଲେ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଅବନତି ଘଟିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଔଷଧ ଖାଉଥିଲେ । ଖବର ପାଇ ହରିଶଙ୍କରଙ୍କ ବଡ ଭାଇ କଲିକତାରୁ ଆସୁଛନ୍ତି । ଫୁଲବାଣୀ ସ୍ୱେଛାସେବୀ ମହାସଂଘ, ପିଏଜି,କନ୍ଧମାଳ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଧୈ÷ର୍ଯ୍ୟ ଓ ଶକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରାଯାଇଛି । ପିଏଜି ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଆବାହକ ଅଶୋକ ପରିଡାଙ୍କ ସମେତ ରାମଚନ୍ଦ୍ର ଦାଶ, ଉଚ୍ଛବ ଜେନା, କୈଳାସ ଦଣ୍ଡପାଟ, ମଦନ ସୁଆଳସିଂ, ଲିଙ୍ଗରାଜ ପ୍ରଧାନ, ଭଗବାନ ଜେନା, ଅମିତ ନାୟକ, ଚନ୍ଦ୍ରକାନ୍ତ ନାୟକ, ସୁକାନ୍ତ ନାୟକ, ପ୍ରଦୀପ ଦାସ, ନବୀନ ନାୟକ, ରାଜକୁମାର ବେହେରା, ବୈଦ୍ୟନାଥ ଖଟୁଆ, ଅଶୋକ ତ୍ରିପାଠୀ, ଶଶାଙ୍କ ଶେଖର ସାହୁ, ରବିନ୍ଦ୍ର ସାହୁ, ଶାନ୍ତନୁ ମିଶ୍ର ପ୍ରମୁଖ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱାତୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =