ମହିଳା ମାଓବାଦୀ କାନ୍ତି ମଲ୍ଲିକଙ୍କ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ

0 334

ଫୁଲବାଣୀ,୮/୮ – ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ ପିଙ୍କ ନିକଟରେ କରିଛି ଆତ୍ମ ସମର୍ପଣ । ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାରର ଝିଅ ବୋଲି ପୋଲିସ ସୂଚନା ଦେଇଛି । ତେବେ ବହୁଦିନ ଧରି କାନ୍ତି ମଲିକ କେକେବିଏନ ସଂଘଠନରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ମାଓ ବାହିନୀଙ୍କ କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟ ହୋଇଥିଲେ ଓ ବିକାଶ କରୁଥିବା ଲୋକଙ୍କୁ ପୁଲିସ ଇନଫରମର କହି ମାରୁଥିଲେ ଏଥିରେ ଅତିଷ୍ଠ ହୋଇ ମାଓ ମେମ୍ବର କାନ୍ତି ମଲ୍ଲିକ ଆତ୍ମ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥି ସହିତ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଡାକରାରେ ପ୍ରଭାବିତ ହୋଇ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମାଓବାଦୀ ଜଣକ ବିଭିନ୍ନ ମାଓ ହିଂସା କାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି ।

hiring

କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ନିୟମିତ ଆଣ୍ଟି ନକ୍ସାଲିଷ୍ଟ ଅପରେସନ ବୃଦ୍ଧି ପୋଲିସର କାର୍ଯ୍ୟ ।ନୁଷ୍ଠାନର କ୍ରମାଗତ ଭୟ ମଧ୍ୟ ତାଙ୍କୁ ଆତ୍ମସମର୍ପଣରେ ସହାୟକ ହୋଇଥିଲା । ବରିଷ୍ଠ ମାଓବାଦୀଙ୍କ ଆଚରଣରେ ସେ ନିରାଶ ହୋଇଥିଲେ ବୋଲି ମହିଳା ମାଓବାଦୀ ଜଣକ କହିଛନ୍ତି ବୋଲି ପୋଲିସ ବିବରଣୀରେ ସ୍ଥାନିତ ହୋଇଛି । କନ୍ଧମାଳ ପୋଲିସକୁ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଅଧିକ ମନୋବଳ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ୱାନ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × 3 =