ଫୁଲବାଣୀ,୨୭/୭- ତୁମୁଡିବନ୍ଧ ବ୍ଲକର ଲବନ୍ୟନଗର ଗ୍ରାମରେ ଛେଳି ମଡକ । ଆଜି ସକାଳୁ ଲୋକେ ଉଠିଲା ବେଳକୁ ୭ ରୁ ୮ ଟି ଛେଳି ମରିପଡ଼ିଥିବା ଲୋକେ ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଭିଏଶ୍ ଙ୍କୁ ଜଣାଇଥିଲେ । ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ ରୁ ୪୦ ଛେଳି ବର୍ତ୍ତମାନ ସୁଦ୍ଧା ମରି ସାରିଲେଣି । ସ୍ଥାନୀୟ ପଶୁ ଡାକ୍ତରଖାନାରେ ଏହି ରୋଗର ମେଡ଼ିସିନ ମଧ୍ୟ ନଥିବା ଏବଂ ରୋଗକୁ ସଠିକ୍ ରୁପେ ଚିହ୍ନଟ କରି ପାରୁନଥିବା କହିଛନ୍ତି ପଶୁ ବିଭାଗ ଡାକ୍ତର । ଯଦି ଏହି ରୋଗକୁ ଚିହ୍ନଟ କରି ଉପଯୁକ୍ତ ମେଡ଼ିସିନ କିମ୍ବା ଇଞ୍ଜେକ୍ସନ୍ ତୁରନ୍ତ ନଦିଅନ୍ତି ତେବେ ଗାଁ ରେ ଥିବା ସମସ୍ତ ଛେଳି ମରିବେ ବୋଲି କହିଛନ୍ତି ଗ୍ରାମବାସୀ ।
ଉଚିତ୍ ସମୟରେ ପଶୁ ଡାକ୍ତରଖାନା ପକ୍ଷରୁ ମେଡ଼ିସିନ୍ କିମ୍ବା ଇଞ୍ଜେକସନ୍ ଦେଉନଥିବା ହେତୁ ଏଭଳି ହଠାତ୍୍ ଛେଳି ମରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରିଥିବା ଛେଳି ଗୁଡ଼ିକୁ ଚିହ୍ନଟ କରି କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।