ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ ନବମ କିସ୍ତି ଟଙ୍କା

0 111

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀଙ୍କ ଖାତାକୁ ଆଜି ନବମ କିସ୍ତି ଟଙ୍କା ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଟମ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସ ଜରିଆରେ ୯.୭୫ କୋଟିରୁ ଅଧିକ ଲାଭାର୍ଥୀଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କାରୁ ଅଧିକ ଧନରାଶି ପଠାଇଛନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ପଞ୍ଜୀକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଏହି ହିସାବରେ ପ୍ରତି ଚାରି ମାସରେ ୨୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଉଛି । ସରକାର ଏହି ଟଙ୍କା କୃଷକଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =