ପ୍ରଶାସନ ମାରୁଛି ଢିଲା ! ବାହାର ଲୋକଙ୍କୁ ଜିଲ୍ଲାରେ ଦେଖି ଲୋକେ ଆତଙ୍କିତ

0 426

ବୈାଦ୍ଧ:ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କର ଜିଲ୍ଲାରେ ଅବାଧ ବିଚରଣ ଦେଖି ଲୋକେ ଆତଙ୍କିତ ହୋଇଥିବାବେଳେ ପ୍ରଶାସନ ଢିଲା ମାରୁଥିବା ଅଭିଯୋଗ ହେଉଛି । ୩/୪ଦିନ ହେଲା ବାହାର ରାଜ୍ୟକୁ ଯାଇ ଲକଡାଉନରେ ଫସିଯାଇଥିବା ଲୋକେ ଘରକୁ ଫେରୁଛନ୍ତି । କିଏ ବସ୍ ଯୋଗେ ତ କିଏ ମାଲବାହୀ ଗାଡିରେ, ପୁଣି କିଏ ସାଇକେଲରେ ତ ଆଉ କିଏ ଚାଲିଚାଲି ଜିଲ୍ଲା ମଧ୍ୟରେ ପ୍ରବେଶ କରୁଛନ୍ତି । କେଉଁଠୁ କେତେ ଲୋକ ଆସୁଛନ୍ତି ଓ କେଉଁସ୍ଥାନକୁ ଯାଉଛନ୍ତି ସେ ତଥ୍ୟ ପ୍ରଶାସନ ପାଖରେ ଉପଲବ୍ଧ ହେଉନଥିବା ଚର୍ଚ୍ଚା ହେଉଛି ।
ଆଜି ସକାଳେ ଏକ ବସ୍ ବାହାର ରାଜ୍ୟରୁ ୭୬ଜଣ ଶ୍ରମିକଙ୍କୁ ନେଇ ସକାଳ ପ୍ରାୟ ୬ଟା ସମୟରେ ବୌଦ୍ଧସହରରେ ଆସି ଅଟକିଥିଲା । ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ବୌଦ୍ଧସହର ଖଦାଳସାହି, ମର୍ଜାକୁଦ ଅଞ୍ଚଳର କିଛି ଶ୍ରମିକ ଓହ୍ଲାଇବା ପରେ ବସଟି ଆସି ପୁନର୍ବାର ବୁଟୁପାଲି-ମାଉଳିସିଙ୍ଗା ଛକରେ ଡ୍ରାଇଭର ଅଟକାଇଥିଲା । ବସ୍‌ରେ ଆଠମଲ୍ଲିକ ଅଞ୍ଚଳର ୧୫ଜଣ ଓ ହରଭଙ୍ଗା ବ୍ଲକ ଅଞ୍ଚଳର ପ୍ରାୟ ୪୦ଜଣ ଶ୍ରମିକ ଥିଲେ । ବସ୍‌କୁ ବୌଦ୍ଧ ପର୍ଯ୍ୟନ୍ତ ଆସିବାପାଇଁ ଭଡା କରାଯାଇଥିବାରୁ ଆଉ ଆଗକୁ ଯିବାକୁ ଡ୍ରାଇଭର ମନା କରିଥିଲା । ଅନ୍ତତଃ ଚାରିଛକ ଯାଏଁ ନେଇଯିବାକୁ ଶ୍ରମିକମାନେ ପାଟିତୁଣ୍ଡ କରି ଗାଡିରୁ ଓହ୍ଲାଇନଥିଲେ । ଖବରପାଇ ବୌଦ୍ଧଥାନାରୁ ପିସିଆର ଆସି ଗାଡିକୁ ଜନଗହଳି ସ୍ଥାନରୁ ଆଗକୁ ରାମଜାଙ୍ଗୀ ପୋଲଯାଏଁ ନେଇ ଯାଇଥିଲା । ବୌଦ୍ଧ ଏନଏସିର କନିଷ୍ଠଯନ୍ତ୍ରୀ ପବିତ୍ର ପ୍ରଧାନ ଯାତ୍ରୀମାନଙ୍କୁ ପାଣି ଓ ଜଳଖିଆ ପ୍ରଦାନ କରିଥିଲେ ।

hiring


ଯାତ୍ରୀମାନେ ରାମଜାଙ୍ଗୀ ନାଳରେ ବସ୍‌ରୁ ଓହ୍ଲାଇ ସ୍ନାନଶୌଚ ହେବାଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୁଟୁପାଲିର ଲୋକେ ଏଠାରେ ଗାଧୋଉଥିବା ଯୋଗୁଁ ଏହାକୁ ବିରୋଧ କରିଥିଲେ । ଆଠମଲ୍ଲିକରୁ ଆସୁଥିବା ଏକ ବସ୍‌ଯୋଗେ ୧୫ଜଣ ଯାତ୍ରୀ ଫେରିବେ ବୋଲି ଜଣାପଡିଥିବାବେଳେ ହରଭଙ୍ଗା ବ୍ଲକର ଯାତ୍ରୀମାନେ କିଭଳି ନିଜନିଜ ଘରକୁ ଯିବେ ସେ ସଂପର୍କରେ ନିଷ୍ପତ୍ତି ନେବାପାଇଁ ୫ଘଣ୍ଟା ସମୟ ଅତିବାହିତ ହୋଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରମିକମାନଙ୍କୁ ନିଜନିଜ ଅଞ୍ଚଳର କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେବାର ବ୍ୟବସ୍ଥା କରାଯାଇଥିଲା ।
ପ୍ରଶାସନର ନାକତଳେ ବୌଦ୍ଧ ସହରରେ ପହଞ୍ଚିବାକୁ ଯଦି ୪/୫ ଘଣ୍ଟା ସମୟ ଲାଗୁଛି ତେବେ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରସ୍ତୁତି ଓ ସମସ୍ୟାର ନିରାକରଣ କିଭଳି ଚାଲିଥିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

sixteen + seventeen =