ଅବକାରୀ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

0 203

ପୁରୀ,୨୬/୭- ପୁରୀ ଜିଲ୍ଲାପାଳଙ୍କ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡର ଉପ- ନୀରିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାରୁ ବାଇକ ଯୋଗେ ବ୍ରାଉନ ସୁଗାର ଆଣି ଗୋପ ଓ ବେଗୁନିଆ ଅଂଚଳର ଖୁଚୁରା ବ୍ୟବସାୟଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତି ଯାହାଙ୍କର ନାମ ଅମରେଶ ଦାସ, ବୟସ ୩୨ ବର୍ଷ ଓ ତ୍ରୀନାଥ ଭୋଇ ବୟସ ୨୦ ବର୍ଷଙ୍କୁ ଚଢ଼ଉ କରି ତାଙ୍କଠାରୁ ୨୦୦ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ସୁଜୁକି ଜିକ୍ସର ବାଇକ ଜବତ କରିଛନ୍ତି ଏବଂ ତାଙ୍କୁ ଗିରଫ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନଂ ୭୭/୨୧ରେ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏଏସଆଇ ଏନ. ଜାଗିନି ରାଓ, ସୁବାଷ ଚନ୍ଦ୍ର ମହାପାତ୍ର, ଷ୍ଟାଫ୍‌ ପୂର୍ଣ୍ଣଚନ୍ଦ୍ର ନାୟକ, ଏସକେ ୱାରିସ ଓ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉକି, ଗଲା ଜୁନ ମାସରେ ମଧ୍ୟ ମୋବାଇଲ ସ୍କ୍ୱାଡ ଏହି ଗୋପ ଅଂଚଳରେ ଚଢ଼ାଉ କରି ପ୍ରାୟ ୩ ଲକ୍ଷ୨୦ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − three =