ପୁରୀ: ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

0 110

ପୁରୀ,୨୧/୭- ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୂନାବେଶରେ ଦର୍ଶନ ଦେଇଛନ୍ତି । ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସଂପର୍ଣ୍ଣ ହେବାପରେ ଅପରାହ୍ନ ୪ ଟା ୪୦ରୁ ସୁନାବେଶ ଆରମ୍ଭ ହୋଇଥିଲା । ସନ୍ଧ୍ୟା ଧୂପ ସରିବାପରେ ସୁନାବେଶ ଓ ଲାଗି ହୋଇଥିଲା । ପରେ ବଡସିଂହାର ବେଶ ପରେ ରାତ୍ର ପହୁଡ ହୋଇଥିଲା । ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ରଥ ଉପରେ ସୁନାବେଶ ହେଉଛି ଅନ୍ୟତମ ।

hiring

ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ମହାପ୍ରଭୁ ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା, ଝୋବାକଣ୍ଠି ଆଦି ପରିଧାନ କରିଥାନ୍ତି । ସେହିପରି ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବାକଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ । ସେପଟେ କୋଭିଡ୍‌ କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିନାଭକ୍ତରେ ପାଳନ ହୋଇଛି ସୁନାବେଶ । ସେପଟେ ସୁନାବେଶ ପାଇଁ ମାର୍କେଟ ଛକରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ କର୍ଫ୍ୟୁ ଜାରି ରହିଛି । ଆସନ୍ତା ୨୪ ତାରିଖ ଅର୍ଥାତ ନୀଳାଦ୍ରୀ ବିଜେ ପରଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁନାବେଶ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୨୦ ପ୍ଲାଟୁନ ଫୋର୍ସ ସହ ୨୫୦ ରୁ ଉର୍ଦ୍ଧ ଅଫିସର ମୁତୟନ କରାଯାଇଛି । ଗୁରୁବାର ଦିନ ତିନି ରଥରେ ଅଧରପଣା ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ୨୩ ତାରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

one × 3 =