ପୁରୀ,୨୩/୭- ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ,ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ମହାବାହୁ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ କିନ୍ତୁ ଜମିନଥିଲା ଭକ୍ତଙ୍କ ଭିଡ ।
ମାନ୍ୟବର ସୁପ୍ରିମକୋର୍ଟ ଓ କୋଭିଡ୍ କଟକଣାରେ ଶେଷ ହୋଇଛି ଚଳିତବର୍ଷର ରଥଯାତ୍ରା ଯାହାକି ଶ୍ରୀମନ୍ଦିର ଇତିହାସରେ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଚିରଦିନ ପାଇଁ ରହିବ ।