ପୁରୀ: ରଥଭଙ୍ଗା କାର୍ଯ୍ୟ ଆରମ୍ଭ

0 70

ପୁରୀ,୫/୮- ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା । ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ୟ କରୁଛନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର କଳସ ଓ ପାରାଭାଡି ଭଙ୍ଗା ଯାଇଛି । ୧୦ ଦିନ ଭିତରେ ଦୁଇଟି ରଥ ଭଙ୍ଗା କାର୍ଯ୍ୟ ସାରିବେ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର । ଗତବର୍ଷ ତିନିରଥକୁ ସଂରକ୍ଷଣ କରି ରଖିବା ନେଇ ଅତି ସତର୍କତାର ସହ ରଥ ଖୋଲା ଯାଇଥିଲା ।ହେଲେ ଚଳିତବର୍ଷ ରଥ ଭଙ୍ଗା ଆରମ୍ଭ ହୋଇଥିବା ବେଳେ ଭଙ୍ଗା ଯିବାପରେ କାଠଗୁଡିକ ଶ୍ରୀମନ୍ଦିର ରୋଷଶାଳକୁ ମହାପ୍ରସାଦ ରନ୍ଧନ ପାଇଁ ଜାଳେଣି ଭାବେ ବ୍ୟବହାର କରାଯିବ । ଦେବୀଦଳନ ପରେ ନନ୍ଦିଘୋଷ ଓ ଶେଷରେ ତାଳଧ୍ୱଜ ରଥ ଭଙ୍ଗାଯିବ ।

hiranchal ad1
Leave A Reply

Your email address will not be published.

20 + sixteen =