୪ରୁ ଲଘୁଚାପ, ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

0 114

ଭୁବନେଶ୍ୱର : ଶ୍ରାବଣରେ ମୁଣ୍ଡଫଟା ଖରାରେ ଚାଷ ଜମି ଫାଟି ଆଁ କରିଛି । ଏହାକୁ ନେଇ ଚାଷକୂଳ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଯାହା ଆଶ୍ୱସନା ଆଣିଛି । ଲଘୁଚାପର ପ୍ରଭାବରେ ଆସନ୍ତା ୪ ତାରିଖରୁ ଦୁଇଦିନ ଆଭ୍ୟନ୍ତରୀଣ ଓ ଅପୂକଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ ଓ ବଲାଙ୍ଗୀରରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ଓ ବଜ୍ରାପାତର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

10 + 8 =