ବୌଦ୍ଧ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳର ଶ୍ରମିକମାନଙ୍କୁ ନେଇ ଗୁଜୁରାଟରୁ ଆସୁଥିବା ବସ ଖରାପ ହେବା କାରଣରୁ ଅଟକି ରହିଥିଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସଟି ଜାତୀୟ ରାଜପଥ ନଂ ୫୭ର ମନମୁଣ୍ଡା ନିକଟରେ ଯାନ୍ତ୍ରୀକ ତୃଟି ଯୋଗୁଁ ବହୁ ସମୟ ଧରି ଅଟକି ରହିଥିଲା ।
ଖବର ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଭି.ରଘୁନାଥ ରାଓ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ବସ ସହାୟତାରେ ଯାତ୍ରୀ ଶ୍ରମିକମାନଙ୍କୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦକୁ ପଠାଇଥିଲେ । ଖରାପ ହୋଇଥିବା ବସକୁ ସାନିଟାଇଜ କରାଯାଇ ମରାମତି କରାଯାଇଥିବା ଜଣାପଡିଛି ।