ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ-ନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଲା ଗସ୍ତ

0 67

ରାୟଗଡ/୨୪/୭: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ । କୋଲନରା ବ୍ଲକର କେତେକ ବିଦ୍ୟାଳୟ ପରିଦର୍ଶନ ପରେ ରାୟଗଡ଼ ସଦରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଗାନ୍ଧୀନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ବୁଲି ପାନୀୟ ଜଳ, ବଗିଚା ଓ ପରିଚ୍ଛନ୍ନତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସମସ୍ତ ଶିକ୍ଷକଙ୍କ ସହ ଅନଲାଇନ୍‌ ଶିକ୍ଷା, ଛାତ୍ର ଛାତ୍ରୀଙ୍କ ଅଂଶଗ୍ରହଣ , କାର୍ଯ୍ୟଫର୍ଦ୍ଦ ମୂଲ୍ୟାୟନ, ପାଠ୍ୟ ପୁସ୍ତକ ବଣ୍ଟନ ଆଦି ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବାସହ ସମସ୍ତ ବିଦ୍ୟାଳୟରେ ବୃକ୍ଷରୋପଣ, ଫୁଲ ଓ ପରିବା ବଗିଚା ସହ ବିଦ୍ୟାଳୟକୁ ସାନିଟାଇଜ୍‌ କରି ସଫାସୁତରା ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଶିକ୍ଷକ ଦୁଇଟି ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ ବୋଲି ଜଣାଇଥିଲେ । ଏବିଇଓ ୱାଂଗ୍ରାହୀ ଶବର ଓ ବିଜ୍ଞାନ ପରାମର୍ଶଦାତା ମନୋଜ ଗୌଡ, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରୀୟା, ସିଆର୍‌ ସି ସି ପ୍ରଶାନ୍ତି ସାହୁ, ଶିକ୍ଷକ ନିଳାଞ୍ଚଳ ମିଶ୍ର,ଟି ଭି ସତ୍ୟନାରାୟଣ, ଜୟନ୍ତୀ ରାଓ,ସୌଦାମିନୀ ପାଢ଼ୀ, ବି ସାବିତ୍ରୀ, ସବିତା ସାହୁ, ବି ଶ୍ରିବେଣି, ଜ୍ୟୋତ୍ସ୍ନା ସେନାପତି, ଜ୍ୟୋତ୍ସ୍ନା ମହାନ୍ତି, ଚିରଙ୍ଗିନି ନାୟକ, କୃଷ୍ଣପ୍ରୀୟା ଦେଇ, ବି ରାଜଲକ୍ଷ୍ମୀ,ନବାସନ୍ତୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 − three =