କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା: ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

0 72

ରାୟଗଡ/୧୨/୭- ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତୀ, ମଇଲମ, ପ୍ରାତଃ ଆଳତୀ ପରେ ଗୋପାଳବଲ୍ଳଭ ଭୋଗ, ଖେଚେଡି ଭୋଗ, ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତ ବିରଞ୍ଚି଼ି ନାରାୟଣ ଦାଶଙ୍କ ପୈାରହିତ୍ୟରେ ସମସ୍ତ ନୀତିିକାନ୍ତି ଅନୁଷ୍ଠିତ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା । ପୂର୍ବାହ୍ନ ସାଢେ ଦଶଟା ସମୟରେ ଚତୁର୍ଦ୍ଧାମୂର୍ତ୍ତର୍ିଙ୍କ ପହଣ୍ଡି କରାଯାଇ ମନ୍ଦିର ବେଢା ପରିସରରେ ନିର୍ମିତ ଅସ୍ଥାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ମଣ୍ଡପରେ ବିରାଜମାନ କରାଯାଇଥିଲା ।

hiring

ପବିତ୍ର ରଥଯାତ୍ରାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଆଜି ସକାଳ ୬ଟାରୁ ଆସନ୍ତା ୨୧ତାରିଖ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରୁ ୫ଶହ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ବ୍ୟକ୍ତି ହେବା ଓ ଚଳପ୍ରଚଳ ଉପରେ ନିଷେଧାଦେଶ ଜାରି କରାଯିବା ସହ ୧୪୪ଧାରା ନିୟମ ଲାଗୁ କରାଯାଇଛି । ତେବେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା କାର୍ଯ୍ୟକ୍ରମକୁ ଇଂ.ବ୍ୟୋମକେଶ ମହାନ୍ତିଙ୍କ ଶ୍ରଦ୍ଧା ଏଂଟରଟେନ୍‌ମେଂଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବାରୁ ଶତାଧିକ ଲୋକେ ଏହା ଦେଖିପାରିଥିଲେ । ସେବାୟତ ବାପି ତ୍ରିପାଠୀ,ତ୍ରିନାଥ ଦାସ,କୃଷ୍ଣଚନ୍ଦ୍ର ଦାସ,ପ୍ରଶାନ୍ତ ନନା,ମହେନ୍ଦ୍ର ରଥ,ସୁଜିତ ପଣ୍ଡା,ସନ୍ତୋଷ ଦାଶ,ମନୋଜ ଦାଶ,ବୃନ୍ଦାବନ ମିଶ୍ର,ରାମ ରଥ,ରଂଜନ ରଥଙ୍କ ସମେତ ଅନ୍ୟ ସେବାୟତମାନେ ଯୋଗଦେଇ ନୀତିକାନ୍ତ ପାଳନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =