ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡାଇ ଅଭିନବ ଉପାୟରେ କଂଗ୍ରେସକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

0 83

ରାୟଗଡ/୭/୭/୨୧: ଗତ ୨ମାସ ମଧ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଅହେତୁକ ଭାବେ ୩୦ଥର ବୃଦ୍ଧି ପାଇଥିବା ଯୋଗୁଁ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ କୈାଣସି ପଦକ୍ଷେପ ଗ୍ରହଣ ନକରି ସାଧାରଣ ଜନତାଙ୍କୁ ସେମାନଙ୍କ ଅବସ୍ଥାରେ ଛାଡି ଦେଇଥିବା ଅଭିଯୋଗ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଦରବୃଦ୍ଧିକୁ ପ୍ରତିବାଦ କରି ଅଭିନବ ପ୍ରକାରେ ଥାଳିଘଣ୍ଟ ବାଡାଇ ବିକ୍ଷୋଭ ପ୍ର୍ରଦର୍ଶନ କରିଛନ୍ତି ରାୟଗଡ ଜିଲ୍ଳା କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନେ । ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ସାରା ଦେଶ ଓ ରାଜ୍ୟରେ ମହାମାରୀ କରୋନା କବଳରେ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ପେଟ୍ରୋଲ,ଡିଜେଲ,ଖାଇବା ତେଲ ତଥା ରନ୍ଧନ ଗ୍ୟାସ ଓ ଡାଲିଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ପଦାର୍ଥଗୁଡିକର ଦର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ନିଜ ନିଜର ଟିକସ (ଭାଟ୍‌)ବୃଦ୍ଧି କରିବା ଦ୍ୱାରା ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ସମସ୍ୟା ଠାରୁ ଆରମ୍ଭକରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବୋକରୀଙ୍କୁ ନିଯୁକ୍ତି ଓ ଶ୍ରମିକଙ୍କ ସମସ୍ୟା ସମାଧାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସଭାପତି ଶ୍ରୀ ପଣ୍ଡା । ତେଣୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଆହ୍ୱାନକ୍ରମେ ବ୍ଳକ/ନଗର/ଜିଲ୍ଳା କଂଗ୍ରେସ କମିଟି ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫନ୍ଦିଫକିରି ରାଜନୀତିକୁ ଲୋକଲୋଚନକୁ ଆଣି ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ୭ତାରିଖ ଠାରୁ ଆସନ୍ତା ଜୁଲାଇ ୧୭ତାରିଖ ଦଶଦିନବ୍ୟାପି ପଂଚାୟତ, ବ୍ଳକ, ଜିଲ୍ଳା ସ୍ତରରୁ ରାଜ୍ୟ ଓ ଦେଶ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ବିକ୍ଷୋଭ ଜରିଆରେ ପ୍ରତିବାଦ ପାଇଁ ସ୍ଥିର ହୋଇଥିବା ଶ୍ରୀ ପଣ୍ଡା କହିଛନ୍ତି । ଏହି କ୍ର୍ରମରେ ଆଜି ପ୍ରଥମ ଦିନରେ ଜିଲ୍ଳାର ସମସ୍ତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆସନ୍ତା ୯ତାରିଖରେ ଜିଲ୍ଳା ସଦର ମହୁକମା ଓ ପୈାର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ,ସାଇକେଲ ରାଲି ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ୧୫ତାରିଖ ଦିନ ପେଟ୍ରୋଲ,ଡିଜେଲ ଓ ଜାଳେଣୀ ଗ୍ୟାସ ନ କିଣିବା ପାଇଁ କଂଗ୍ରେସ ତରଫରୁ ଅନୁରୋଧ କରାଯିବାକୁ ଥିବାବେଳେ ଶେଷ ଦିନ ୧୭ତାରିଖରେ ଜିଲ୍ଳାର ପ୍ରତ୍ୟେକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦରବୃଦ୍ଧି ପ୍ରତିବାଦରେ ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କଂଗ୍ରେସ କମିଟି ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ କମିଟି ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା,ଶଙ୍କର୍ଷଣ ମଙ୍ଗରାଜ, ନଗର କଂଗ୍ରେସ ସଭାପତି ଏ.ଶଙ୍କର ରାଓ, ସଂପାଦକ ଶ୍ରୀନିବାସ ପଟ୍ଟନାୟକ, ବ୍ଳକ ସଭାପତି ଜି.ବାଚେଲି, ରାୟଗଡ ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବନେତା ଆପାଲାସ୍ୱାମୀ କାଡ୍ରକା, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ଡି.ସୂର୍ଯ୍ୟାରାଓ,ଆସଲାମ ଖାନ୍‌ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

nine + 13 =