ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦର ସାମ୍ବାଦିକ ସମ୍ମଳିନୀ: ‘ଜୟପୁର ରାଜବଂଶାବଳୀ’ପୁସ୍ତକରେ ମହାରାଜାଙ୍କୁ କଟୁ ସମାଲୋଚନା ମନ୍ତବ୍ୟକୁ ନେଇ ପ୍ରତିବାଦ

0 77

ରାୟଗଡ/୧୧/୭/୨୧: ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ତରଫରୁ ଆଜି ସ୍ଥାନୀୟ ରାୟଗଡ ସହର ସ୍ଥିତ ପୂର୍ତ୍ତ ବଙ୍ଗଳା ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ରାଜ୍ୟର କୋରାପୁଟ ଜିଲ୍ଳା ଅନ୍ତର୍ଗତ ଜୟପୁର ସହରର ସୁବାଷ ଚନ୍ଦ୍ର ମିଶ୍ର ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱରା ରଚିତ ଓ ପ୍ରକାଶିତ ‘ଜୟପୁର ରାଜବଂଶାବଳୀ’ ପୁସ୍ତକରେ ପ୍ରାତଃ ସ୍ମରଣୀୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ କଟୁ ସମାଲୋଚନା କରାଯାଇ ଅପମାନ ସୂଚକ ଅଗ୍ରାହ୍ୟ ମନ୍ତବ୍ୟ ଉଲ୍ଲେଖିତ କରାଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଜାତି ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଭାବେ ନିଜକୁ ସର୍ମପଣ କରି ଏବଂ ନିଜ ରାଜକୋଷରୁ ବହୁ ଅର୍ଥବ୍ୟୟ କରିଥିଲେ । ତାଙ୍କର କୀର୍ତିରାଜ ସମଗ୍ର ଦେଶରେ ଆଜିମଧ୍ୟ ବିଦ୍ୟମାନ । ଏହା କୈାଣସି ଅଛପା କଥା ନୁହେଁ । ଉତ୍କଳ ସମ୍ମଳନୀର ଦଶମ ଅଧିବେଶନରେ ଭାଷା ଭିତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାପାଇଁ ଓ ସମଗ୍ର ଓଡିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଏହି ସମ୍ମିଳନୀର ସମସ୍ତ ଖର୍ଚ୍ଚ ନିଜେ ବହନ କରି ସମଗ୍ର ଓଡିଶାର ତତ୍କାଳୀନ ତୁଙ୍ଗ ନେତାମାନଙ୍କୁ ଆମନ୍ତ୍ରଣ କରି ଗୋଟିଏ ମଂଚରେ ଠିଆ କରାଇପାରିଥିଲେ । ଦଶନ୍ଧି ଦଶନ୍ଧି ଧରି ଶିକ୍ଷା, ଗମାନଗମନ, ଜଳସେଚନ, ସାହିତ୍ୟ ଓ ସଂସ୍କୃତିର ବିକାଶରେ ମହାରାଜାଙ୍କ ଭୂମିକା ଅବର୍ଣ୍ଣନୀୟ । ଏହିଭଳି ଜଣେ ବିରଳ ବ୍ୟକ୍ତିତ୍ୱ ବିରୁଦ୍ଧରେ କୈାଣସି ତଥ୍ୟଭିତ୍ତିକ ଗବେଷଣା ନକରି ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ପର୍କରେ ଉଲ୍ଲେଖିତ ଭିତ୍ତିିହୀନ ଟିପ୍ପଣୀ କେବଳ ପାରଳାଖେମୁଣ୍ଡି ନୁହଁ ସମଗ୍ର ଓଡିଆ ଜାତିର ସ୍ୱାଭିମାନକୁ କୁଠାରଘାତ କରିଛି । ତେଣୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତି ପରିଷଦ,ରାୟଗଡ ତରଫରୁ ଗଜପତିଙ୍କ ବିରୁଦ୍ଧରେ ଲେଖାଯାଇଥିବା ହୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହିତ ପ୍ରତିବାଦ କରାଯାଇଥିବା ଉଲ୍ଲେଖ ରହିଛି । ଏହି ବୈଠକରେ ଇଂ.ସୀମାଦ୍ରୀ ନାୟକ,ପୂର୍ବତନ ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଚ୍ଛା, ଡ.ଭି.ଏଲ.ଏନ.ରାଜୁ, ଗୈାରାଙ୍ଗ ବେବର୍ତା, ସରୋଜ ଦାସ, ତ୍ରିପତି ପଣ୍ଡା, ମାଧବ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପରୋକ୍ତ ବିଷୟ ନେଇ ଗଭୀର ନିନ୍ଦା କରିଥିଲେ । ପାରଳାଖେମୁଣ୍ଡି ସହରର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ହିତୈଷିଣି ସମାଜର ପ୍ରତିନିଧି ସାହିତ୍ୟିକ ନରସିଂହ ପଟ୍ଟନାୟକ ଓ ଗୁଣପୁର ବଂଶଧାରା ସାହିତ୍ୟ ସଂସଦର ପ୍ରତିନିଧି ପ୍ରମୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମହାରାଜାଙ୍କ ବିରୁଦ୍ଧରେ ଲେଖାଯାଇଥିବା ମନ୍ତବ୍ୟକୁ ଚାଲିଥିବା ଜନଆନ୍ଦୋଳନକୁ ତ୍ୱରାନ୍ନିତ କରିବାପାଇଁ ଆହ୍ୱାନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × five =