ରାୟଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଶାଶ୍ୱତୀ ରଥ ଜିଲ୍ଳାରେ ଟପ୍ପର: ମାଟ୍ରିକ୍‌ ଫଳାଫଳରେ ରାୟଗଡ ଜିଲ୍ଳାର ପାସ ହାର ୯୮.୦୬%, ରାଜ୍ୟରେ ୧୪ତମ ର‍୍ୟାଙ୍କରେ ରାୟଗଡ ଜିଲ୍ଳା

0 233

ରାୟଗଡ,୨୫/୬- ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ରାୟଗଡ ଶିକ୍ଷା ଜିଲ୍ଳାରେ ମାଟ୍ରିକ୍‌ ରେଜଲ୍ଟ ୯୮.୦୬ପ୍ରତିଶତ ରହିଥିବା ବେଳେ ସମଗ୍ର ରାଜ୍ୟରେ ଜିଲ୍ଳାମାନଙ୍କ ପାସ ହାର ମଧ୍ୟରେ ରାୟଗଡ ଜିଲ୍ଳା ୧୪ତମ ର‍୍ୟାଙ୍କ ସ୍ଥାନରେ ରହିଛି । ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶାଶ୍ୱତୀ ରଥ ୯୩.୦୬ପ୍ରତିଶତ ହାରରେ ୫୬୨ ମାର୍କ ରଖି ବିଦ୍ୟାଳୟରେ ଏବଂ ଜିଲ୍ଳାରେ ଟପ୍ପର ହୋଇଛନ୍ତି । ତାଙ୍କ ପଛକୁ ୯୨.୧ପ୍ରତିଶତ ମାର୍କ ରଖି ଉକ୍ତ ବିଦ୍ୟାଳୟର ଦ୍ୱିତୀୟ ସ୍ଥାନରେ ଛାତ୍ର ସୁନନ୍ଦନ ନାୟକ ଏବଂ ୯୧.୫ ପ୍ରତିଶତ ମାର୍କ ରଖି ଆସ୍ତାସାଇ ମହାନ୍ତି ତୃତୀୟ ସ୍ଥାନରେ ରହି ବିଦ୍ୟାଳୟର ନାମକୁ ଗୈାରବାନ୍ନିତ କରିଛନ୍ତି ।

hiring

ଉକ୍ତ ବିଦ୍ୟାଳୟରେ ଏ୧ ଗ୍ରେଡରେ ୩ଜଣ,ଏ୨ ଗ୍ରେଡରେ ୧୭,ବି୧ ଗ୍ରେଡରେ ୩୦,ବି୨ ଗ୍ରେଡରେ ୧୯ଜଣ ଏବଂ ସି ଗ୍ରେଡରେ ଜଣଙ୍କୁ ମିଶାଇ ମୋଟ ୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି । ସେହିପରି ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଂଶୁମାନ ରଥ ୯୦.୧୬ପ୍ରତିଶତ ହାରରେ ୫୪୧ମାର୍କ ରଖି ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଲଲିତା କୁମ୍ଭରିକା ମଧ୍ୟ ୫୪୧ ନମ୍ବର ରଖି ପଂଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜେକେପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏ୧ ଗ୍ରେଡରେ କେହି ଛାତ୍ରଛାତ୍ରୀ ପାସ କରି ନ ଥିବା ବେଳେ ଏ୨ ଗ୍ରେଡରେ ୭ଜଣ,ବି୧ଗ୍ରେଡରେ ୭,ବି୨ ଗ୍ରେଡରେ ୧୦,ସି ଗ୍ରେଡରେ ୮ ଏବଂ ଡି ଗ୍ରେଡରେ ଜଣେ ମୋଟ ୩୩ଜଣ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ମିଳିଛି । ଚଳିତ ବର୍ଷ ରାୟଗଡ ଶିକ୍ଷା ଜିଲ୍ଳାର ୨୦୪ଟି ଉଚ୍‌ଚ ବିଦ୍ୟାଳୟର ୧୨୪୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ୧୩୧ଜଣ ପରୀକ୍ଷାରେ ଉପସ୍ଥିତ ରହି ନ ଥିବାରୁ ମୋଟ ୧୨୩୨୧ଜଣଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସେହିପରି ଜିଲ୍ଳାରୁ ମୋଟ ୧୧୯୧୬ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୧୦୫ଜଣ ଫେଲ୍‌ ହୋଇଥିବା ଜିଲ୍ଳା ଶିକ୍ଷାଧିକାରୀଙ୍କ ଠାରୁ ସୂଚନା ମିଳିଛି । ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ଏ୧ ଗ୍ରେଡରେ ୫ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ୨ ଗ୍ରେଡ୍‌ରେ୧୧୬ ଓ ବି୧ ଗ୍ରେଡରେ ୩୯୯ଜଣ ପାସ କରିଛନ୍ତି । ସେହିପରି ବି୨ ଗ୍ରେଡରେ ୧୫୧୬,ସି ଗ୍ରେଡରେ ୩୩୩୧,ଡି ଗ୍ରେଡରେ ୪୩୨୩ ଏବଂ ଇ ଗ୍ରେଡରେ ୨୨୬ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଜେକେପୁର ସ୍ଥିତ ସିଂଘାଣିଆ ଉଚ୍‌ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ଫଳାଫଳ ଶତ ପ୍ରତିଶତ ରହିଥିବା ବେଳେ ଏ୧ ଗ୍ରେଡରେ କେହି ହେଲେ ଛାତ୍ରଛାତ୍ରୀ ପାସ କରି ନ ଥିବା ବେଳେ ଏ୨ ଗ୍ରେଡରେ ୨ଜଣ,ବି୧ ଗ୍ରେଡରେ ୧୩,ବି୨ ଗ୍ରେଡରେ ୧୫,ସି ଗ୍ରେଡରେ ୩୯,ଡି ଗ୍ରେଡରେ ୪୪ ଏବଂ ଇ ଗ୍ରେଡରେ ୫୧ଜଣଙ୍କୁ ମିଶାଇ ମୋଟ ୧୬୪ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twelve + 5 =