କାଶିପୁର ବ୍ଳକ ଚାଷୀଙ୍କୁ କାଜୁ ଓ ଆମ୍ବ ଚାରା ପ୍ରଦାନ ଦାବିରେ ଧାରଣା ଦେଲେ ଚାଷୀ

0 70

ରାୟଗଡ/୨୪/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଶିପୁର ବ୍ଳକର ବିଭିନ୍ନ ପଂଚାୟତର ଚାଷୀ ଦିନିକିଆ ଧାରଣା ଦେଇଛନ୍ତି । ଆମ୍ବ ଓ କାଜୁ ଚାରା ପ୍ରଦାନ କରାଗଲେ ସେମାନେ ଚାଷ କରି ଉପକୃତ ହେବେ । କିନ୍ତୁ ପର୍ଯ୍ୟାପ୍ତ ପରିମାଣର ହେକ୍ଟର ହେକ୍ଟର ଚାଷ ଜମି ପାଇଁ ବିଭାଗ ପ୍ରଦାନ କରୁନାହିଁ ଆବଶ୍ୟକତା ଅନୁଯାୟୀ ଚାରା । ଫଳରେ ଅନେକ ଚାଷୀ ଏଥିରେ ଉପକୃତ ହୋଇ ପାରୁନାହାନ୍ତି । କାଶିପୁର ବ୍ଳକର ୧୬୨୪ହେକ୍ଟର ଚାଷଜମି ପାଇଁ ଆମ୍ବ ଓ କାଜୁ ଚାରା ରୋପଣ ନିମନ୍ତେ ଚାଷୀମାନେ ଦାବି କରିଥିବା ବେଳେ ଚଳିତ ବର୍ଷ ସରକାର କେବଳ ବ୍ଳକର ୧୫୫ହେକ୍ଟର ଚାଷ ଜମି ପାଇଁ ଚାରା ରୋପଣ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଜଣାପଡିଛି । ତେଣୁ ଚାଷୀଙ୍କ ଦାବି ପୂରଣ ଦିଗରେ ବିଭାଗୀୟ ଅଧିକାରୀଙ୍କ ହାତରେ ଚଳିତ ବର୍ଷ ଆଉ କିଛି ଉପାୟ ନ ଥିବା ବେଳେ ଆସନ୍ତା ବର୍ଷ ପାଇଁ ଚାଷୀଙ୍କୁ ଅଧିକ ଚାରା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ସରକାରଙ୍କ ପାଖରେ କାଶିପୁର ବ୍ଳକର ପ୍ରକଳ୍ପ ନେଇ ପ୍ରସ୍ତାବ ପ୍ରଦାନ କରାଯାଇଥିବା ବେଳେ ସରକାରଙ୍କ ନିଷ୍ପତି ପ୍ରକାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + 9 =