ସାର୍କିଟ ହାଉସର ନୂତନ ୪ଟି ଅତିରିକ୍ତ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ କେବେ?

0 100

ରାୟଗଡ/୭/୮: ରାୟଗଡ ଜିଲ୍ଳା ସଦର ମହକୁମାର ଭିଆଇପି ରାସ୍ତାରେ ତଥା ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ସାର୍କିିଟ ହାଉସର ପଛପଟରେ ନିର୍ମାଣ ହୋଇଥିବା ୪ଗୋଟି ଅତିରିକ୍ତ ପ୍ରକୋଷ୍ଠ ନିର୍ମାଣର ଦେଢବର୍ଷ ପରେ ମଧ୍ୟ ବ୍ୟବହାରରେ ନ ଆସି ପଡିରହିଛି । ଫଳରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ପ୍ରକୋଷ୍ଠ ଏବେ ଖରାବର୍ଷା ପାଇ ନଷ୍ଟ ହେବାରେ ଲାଗିଥିବା ପରିଲିକ୍ଷିତ ହୋଇଛି । ପ୍ରକୋଷ୍ଠରେ ଲଗାଯାଇଥିବା ବିଦ୍ୟୁତ ଉପକରଣ,ଏସି ଆଦି ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ପରିସରରେ ଅନବନା ଗଛଲତା ବଢି ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏପରିକି ପୁରୁଣା ସର୍କିଟ ହାଉସ ପ୍ରକୋଷ୍ଠରେ ସାଂସଦ,ମନ୍ତ୍ରୀ,ବିଧାୟକଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ ବିିଭିନ୍ନ ସମୟରେ ରହୁଥିବା ବେଳେ ନିର୍ମାଣ ହୋଇଥିବା ଏହି ୪ଗୋଟି ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଗତ ୨୦୧୮ ମସିହା ଜୁଲାଇ ୧୭ତାରିଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ପ୍ରଦକ୍ଷଣ ଗୃହ ନବୀକରଣ ତଥା ଚାରିଗୋଟି ଅତିରିକ୍ତ ପ୍ରକୋଷ୍ଠ ନିର୍ମାଣ ନିମିତ ଭିତିପସ୍ତର ସ୍ଥାପନା କରାଯାଇଥିଲା । ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,ପୂର୍ବତନ ଲୋକସଭା ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ ଲାଲବିହାରୀ ହିମିରିକା ଏବଂ ତତ୍କାଳୀନ ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମଙ୍କ କରକମଳରେ ଏହାର ଭିତିପ୍ରସ୍ତର ସ୍ଥାପନା ହୋଇଥିଲା । ତେବେ ଜିଲ୍ଳା ଗସ୍ତରେ ଅନେକ ସମୟରେ ରାଜ୍ୟ ଓ କେନ୍ଦ୍ରରୁ ରାଜନୈତିକ, ପ୍ରଶାସନିକ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଆସୁଥିବା ବେଳେ ପୁରୁଣା ସାର୍କିଟ ହାଉସରେ ଥିବା ୮ଗୋଟି ପ୍ରକୋଷ୍ଠରେ ସେମାନଙ୍କ ରହଣୀକୁ ନେଇ ଅସୁବିଧା ଦେଖାଦେଇଆସୁଛି । ଫଳରେ ଆଉ ଅତିରିକ୍ତ ପ୍ରକୋଷ୍ଠର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ୪ଗୋଟି ଅତିରିିକ୍ତ ପ୍ରକୋଷ୍ଠର ର୍ନିମାଣ ପୂର୍ତ୍ତ ବିଭାଗ ରାୟଗଡ ଦ୍ୱାରା କରାଯାଇଥିଲା । ସମୟାନୁସାରେ ପ୍ରଦକ୍ଷଣ ଗୃହ ନବୀକରଣ ତଥା ୪ଟି ପ୍ରକୋଷ୍ଠ ନିର୍ମାଣ ହୋଇ ଦେଢବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପ୍ରକୋଷ୍ଠର ତାଲା ଖୋଲାଯାଉ ନଥିବା ଦେଖିିବାକୁ ମିଳିଛି । ଅପରପକ୍ଷେ ଲକଡାଉନ ଯୋଗୁଁ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ପକ୍ଷରୁ ଉକ୍ତ ୪ଗୋଟି ଅତିରିକ୍ତ ପ୍ରକୋଷ୍ଠ ନିମନ୍ତେ ଆବଶ୍ୟକ ଉପକରଣର ଟେଣ୍ଡର ଡକାଯାଇ ନଥିବା ବେଳେ ବର୍ତ୍ତମାନ କୋଭିଡ ନିୟନ୍ତ୍ରଣରେ ରହିଥିବାରୁ ଚଳିତ ମାସ ୧୦ତାରିଖ ସୁଦ୍ଧା ଅନଲାଇନରେ ଏହାର ଟେଣ୍ଡର କରାଯାଇ ଯଥାଶୀଘ୍ର ଉକ୍ତ ପ୍ରକୋଷ୍ଠଗୁଡିକ କାର୍ଯ୍ୟକ୍ଷମ କରାଯିବ ବୋଲି ସାର୍କିଟ୍‌ ହାଉସ ଦାୟିତ୍ୱରେ ଥିବା ବରିଷ୍ଠ କିରାଣୀ ରାମ ସାହୁ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 4 =