ସାଇପ୍ରିୟା ନଗରରେ ତାଲାବନ୍ଦ ଦୁଇଟି ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

0 141

ରାୟଗଡ/୧୪/୬- ରାୟଗଡ ସହରରେ ବୃଦ୍ଧି ପାଉଛି ଚୋରି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ତାଲା ବନ୍ଦ ଥିବା ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଆଜି ରାୟଗଡ ସହରର ସାଇପ୍ରିୟା ନଗର ସ୍ଥିତ ମା’ଗୃହ ପଡିଶାରେ ଥିବା ଦୁଇ ମହଲାର ଦୁଇଟି ଘରେ ହୋଇଛି ଚୋରି । ତଳ ଘରେ ଶ୍ରୀକାନ୍ତ କରାଳ ଓ ଉପର ଘରେ ଜିତେନ୍ଦ୍ର ହିଆଲ ନାମକ ୨ଜଣ ଟ୍ରକ ଡ୍ର୍ରାଇଭର ଭଡା ସୂତ୍ରରେ ରହୁଥିଲେ । ଗତ ୧୦ ଦିନ ତଳେ ଶ୍ରୀକାନ୍ତ ନିଜ ପରିବାରକୁ ପଦ୍ମପୁର ବ୍ଳକ ସ୍ଥିତ ବହୁପଦର ନିଜ ଗ୍ରାମରେ ଛାଡି ଦେଇ ଟ୍ରକ ନେଇ କଟକ ଯାଇଥିଲେ । ପରେ ଗତ ଦୁଇ ଦିନ ତଳେ ରାୟଗଡକୁ ଫେରିବା ପରେ ସେ ଗତକାଲି ପରିବାରକୁ ଆଣିବା ପାଇଁ ବହୁପଦର ଗାଁ କୁ ଯାଇଥିଲେ । ସେହିପରି ଉପରଘରେ ରହୁଥିବା ଡ୍ରାଇଭର ଜିତେନ୍ଦ୍ର ମଧ୍ୟ ନିଜ ପରିବାରକୁ ନେଇ ଗତକାଲି ନିଜ ଲୁଲୁପଦର ଗାଁକୁ ଯାଇଥିଲେ । ଉଭୟଙ୍କ ଘରେ ତାଲା ପଡିଥିବାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତ୍ରରେ ଦୁବୃର୍ତ୍ତ ମାନେ ଲୁହା କବାଟ ଓ କାଠ କବାଟରେ ଲାଗିଥିବା ଗେଡା ଓ ତାଲାକୁ ଭାଙ୍ଗି ଉଭୟଙ୍କ ଘରୁ ସୁନା,ରୂପା ଗହଣା ସହ ପାଖାପାଖି ନଗଦ ୩୦ ହଜାର ଟଙ୍କା ଏବଂ ଘରର କିଛି ଦାମୀ ଆସବାବପତ୍ର ଚୋରିକରି ନେଇଯାଇଛନ୍ତି । ଜିତେନ୍ଦ୍ରଙ୍କ ଘରେ ଲାଗିଥିବା ଏଲଇଡି ଟିଭିକୁ ନେଇ ନପାରି ତଳେ କଚାଡି ଦେଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘର ମାଲିକ ବିଷ୍ଣୁପ୍ରିୟା ଖଟୁଆ ନିଜର କିଛି ଆସବାବପତ୍ର ମଧ୍ୟ ତଳ ଘର ଏକ ରୁମରେ ରଖିଥିବାବେଳେ ତାହାକୁ ମଧ୍ୟ ଚୋରି କରି ନେଇଯାଇଥିବା ଜଣାପଡିଛି । ଆଜି ସକାଳେ ଡ୍ରାଇଭର ଶ୍ରୀକାନ୍ତ ଘରେ ପହଞ୍ଚି କବାଟ ଖୋଲାଥିବା ଓ ଘରେ ଚୋରି ହୋଇଥିିବା ଜାଣିବାକୁ ପାଇ ରାୟଗଡ ଥାନାରେ ଏତଲା ଦେବାପରେ ଟାଉନଥାନା ପୋଲିସ ଓ ସାଇଣ୍ଟିଫିକ ଏବଂ ଡଗ୍‌ ସ୍କାର୍ଡ ଟିମ୍‌ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

hiring

ଅନୁସନ୍ଧାନୀ କୁକୁର ସାଇପ୍ରିୟା ନଗର ନିକଟସ୍ଥ ନୂଆସାହି ଗାଁ ନିକଟକୁ ଯାଇ ଫେରି ଆସିଥିବା ଦେଖିବାକୁ ମିଳିଥିଲା । ଏ ନେଇ ରାୟଗଡ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ କରାଯାଇ ଯଥାଶୀଘ୍ର ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ଜୁନ୍‌ ୧ତାରିଖରେ ମଧ୍ୟ କୋଅପରେଟିଭ୍‌ କଲୋନୀ ୪ର୍ଥ ଲାଇନରେ ଏକ ବଡଧରଣର ଚୋରି ହୋଇଥିବା ବେଳେ ଏହା ମଧ୍ୟରେ ସହରର ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ଚୋରି ବୃଦ୍ଧି ପାଇଛି । ଲକଡାଉନର ଫାଇଦା ନେଇ ଦୁବୃର୍ତ୍ତ ମାନେ ସହରର ଗଳିକନ୍ଦିରେ ବୁଲି ତାଲାବନ୍ଦ ଥିବା ଘରକୁ ଟାର୍ଗେଟ କରି ଚୋରି କରିବାରେ ସଫଳ ହେଉଥିବା ବେଳେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ସହରବାସୀଙ୍କୁ କିପରି ସୁରକ୍ଷିତ ରଖୁଛି ତାହାକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

7 + 14 =