ରେକର୍ଡ : ୨୪ ଘଣ୍ଟାରେ ୧୨୬୪ ଆକ୍ରାନ୍ତ ଚିହ୍ନଟ

0 187

ଭୁବନେଶ୍ୱର ୨୩ ।୦୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୯, ବରଗଡ ଜିଲ୍ଲାରୁ ୨୪, ଭଦ୍ରକ ଜିଲ୍ଲାରୁ ୩୦, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୪୭, ଢେଙ୍କାନାଳ ଜିଲ୍ଲାରୁ ୬, ଗଜପତି ଜିଲ୍ଲାରୁ ୭୪, ଗଞ୍ଜାମ ଜିଲ୍ଲାରୁ ୫୪୦, ଜଗତସିଂହପୁର ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୧୭, ଝାରସୁଗୁଡା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୭, କନ୍ଧମାଳ ଜିଲ୍ଲାରୁ ୨୯, କେନ୍ଦ୍ରାପଡା ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୨୫, ଖୋରଧା ଜିଲ୍ଲାରୁ ୧୩୭, କୋରାପୁଟ ଜିଲ୍ଲାରୁ ୨୭, ମୟୁରଭଞ୍ଜ ଜିଲ୍ଲାରୁ ୧୫, ନବରଙ୍ଗପୁର ଜିଲ୍ଲାରୁ ୪, ନୟାଗଡ ଜିଲ୍ଲାରୁ ୬୧, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୨, ରାୟଗଡା ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୨୦ ଓ ସୁନ୍ଦରଗଡ ଜିଲ୍ଲାରୁ ୬୦ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୦୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୨୦୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୨୧୯୩୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ୪୪୦ଜଣ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

six − one =