ସୁବର୍ଣ୍ଣପୁର : ପୁଣି ୩ ଶିଶୁ ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ୬ ସଂକ୍ରମିତ

0 767


ସୋନପୁର : ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଯେଭଳି ଭାବରେ ଦିନକୁ ଦିନ ବୃଦ୍ଧି ପାଉଛି ତାହା ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ଚିନ୍ତା ର କାରଣ ସାଜିଛି।ଆଜିପର୍ଯ୍ୟନ୍ତ ଜିଲ୍ଲା ରେ ସମସ୍ତ ପଜିଟିଭ କେସ୍ ୭୨ ରେ ପହଞ୍ଚି ଥିବାବେଳେ କେବଳ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ଏହିସଂଖ୍ୟା ବୃଦ୍ଧି ପାଇ ୨୫ ରେ ପହଞ୍ଚିଛି। ଆଜି ରିପୋର୍ଟ ଅନୁସାରେ ଜିଲ୍ଲାର ବୀରମହାରାଜପୁର ଅଞ୍ଚଳର ଜଣେ ପୁଲିସ କର୍ମଚାରୀ ଯିଏକି ଗଞ୍ଜାମ ଜିଲ୍ଲାର ଖଲିକୋଟ ରେ ଚାକିରୀ କରୁଥିବା ବେଳେ ନିକଟରେ ସେ ନିଜଘରକୁ ଆସିଥିଲେ ।ଗତ ୧୪ ତାରିଖରେ ତାଙ୍କର ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା ଯାହା କି ପଜିଟିଭ ଆସିଥିବା ଜଣାଯାଇଛି।ଗତ ୨ ଦିନ ତଳେ ଡୁଙ୍ଗୁରିପାଲି ବ୍ଲକ ର ସୁନାପାଲି ପଞ୍ଚାୟତ ର ସାନପହଣ୍ଡି ଅଞ୍ଚଳରେ ଜଣେ ଯୁବକ ଙ୍କ ମଧ୍ୟରେ ପଜିଟିଭ ରିପୋର୍ଟ ମିଳିବା ପରେ ଉକ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସଂପୃକ୍ତ ଯୁବକ ଙ୍କ ପରିବାର ସଦସ୍ୟ ତଥା ଆଖପାଖ ରେ ଲକ୍ଷଣ ସନ୍ଦେହ ଥିବା ଥିବା ବିଭିନ୍ନ ବର୍ଗ ବ୍ୟକ୍ତି ୨୦ଜଣଙ୍କ ସ୍ୱ।ବ ନମୁନା ପଠାଯିବାପରେ ପ୍ରଥମେ ୪ଓପରେ ପୁଣି ୫ଜଣଙ୍କ ସ୍ୱାବ ପଜିଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ ଜଣେ ୭୦ ଓ ୭୫ବର୍ଷୀୟ ବ୍ୟକ୍ତି ଥିବା ବେଳେ ୧୧,୯ ଓ ୩ ବର୍ଷର ଶିଶୁ ଅଛନ୍ତି। ତେବେ ସଂକ୍ରମିତ ସମସ୍ତେ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଯୋଗୁଁ ଅଧିକ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱ।ସ୍ଥ୍ୟ ଅଧିକାରୀ ଡ.ଦିଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

6 + eighteen =