ସମ୍ବଲପୁର:କରୋନା ମହାମାରୀ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ ବିଧି ବ୍ୟବହାର କରାଯାଇଛି । ଏଥିମଧ୍ୟରୁ ଗୋଟିଏ ଅନ୍ୟତମ ଉପାୟ ହେଲା ବ୍ୟସ୍ତ ରାଜମାର୍ଗକୁ ଏକ କ୍ୟାନଭାସ ରୁପେ ବ୍ୟବହାର କରି ତାହା ଉପରେ ରଙ୍ଗୀନ ଚିତ୍ରାଙ୍କନ, ଯାହାକୁ ରୋଡ ଗ୍ରାଫିତି ମଧ୍ୟ କୁହାଯାଏ । ଯେହେତୁ ଏପରି ବାଟଦେଇ ଯାଆସ କରୁଥିବା ଅଧିକ ସଂଖ୍ୟକ ଲୋକଙ୍କ ଦୃଷ୍ଟି ଏଥିପ୍ରତି ଅନାୟାସରେ ଆକୃଷ୍ଟ ହୋଇଥାଏ ତେଣୁ ଏହିପରି ମାଧ୍ୟମରେ ଉକ୍ତ ବାର୍ତ୍ତା ମଧ୍ୟ ସେମାନଙ୍କ ପାଖକୁ ସହଜରେ ପହଞ୍ଚି ପାରିଥାଏ । ଏହାକୁ ଅଧିକାଂଶ ରୁପେ ବିଭିନ୍ନ ଏନଏସି , ପୌରାଞ୍ଚଳ ଓ ନଗରନିଗମ ବ୍ୟବହାର କରିଥାନ୍ତି । ଏହିପରି ଏକ ପରିଦୃଶ୍ୟ ସ୍ଥାନୀୟ ରେଢାଖୋଲରେ ଭୀମଭୋଇ ଛକଠାରେ ଦେଖିବାକୁ ମିଳିଛି । ସେଠାକାର ଏନଏସି ଓ ଭୀମଭୋଇ ଆର୍ଟ ସୋସାଇଟି ପକ୍ଷରୁ ଏହିପରି ତିନୋଟି ରୋଡ ଗ୍ରାଫିତି ଅଙ୍କାଯାଇଛି । ଏନଏସି ପକ୍ଷରୁ କଳାକାରଦ୍ୱୟ ସୁଧୀର କୁମାର ସ୍ୱାଇଁ ଓ ସୁରେଶ କୁମାର ପୋଢଙ୍କୁ ସମ୍ମାନୀତ କରାଯାଇଛି ।