ସମ୍ବଲପୁର ଗ୍ରୀନଜୋନରେ ଥାଇ ମଧ୍ୟ କଟକଣା ଅବ୍ୟାହତ

0 702

ସମ୍ବଲପୁର : ଆଜି ଲକଡାଉନ ତୃତୀୟ ପର୍ଯ୍ୟାୟର ପ୍ରଥମଦିନ ଓ ସମ୍ବଲପୁରରେ ଏପର୍ଯ୍ୟନ୍ତ କରୋନା ପଜିଟିଭ ମାମଲା ଗୋଟିଏ ମଧ୍ୟ ଦେଖାଦେଇନାହିଁ । ଏଣୁ ସ୍ୱାଭାବିକ ଅବସ୍ଥାରେ ଏହା ଗ୍ରୀନଜୋନରେ ରହିଛି । ଏଥିପାଇଁ ଅନେକ କିଛି କୋହଳ ମିଳିବା ଆଶାରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ମୁହଁ ଚାହିଁ ବସିଛନ୍ତି କିନ୍ତୁ ଆଜି ମଧ୍ୟାହ୍ନ ସୁଦ୍ଧା କୌଣସି ପରିବର୍ତ୍ତନ ବିଷୟରେ ଜଣାପଡିନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଏ ବିଷୟରେ ଏକ ଜିଲ୍ଲାସ୍ତରୀୟ ବୈଠକ ବସିଥିବା ଖବରପାଇଁ ଅନେକ ସାମ୍ବାଦିକ ସେଠାରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ସେଠାରେ ସୂଚନା ଦେବାପାଇଁ କେହିନଥିଲେ । ଜଣେ ଅଧିକାରୀଙ୍କୁ ଏବିଷୟରେ ପଚାରିବାରୁ ଜିଲ୍ଲାପାଳ ନିଜେ ତାଙ୍କର ନିଷ୍ପତ୍ତି ଜଣାଇବେ ବୋଲି ସେ କହିଥିଲେ । ଏହିପରି ଦ୍ୱନ୍ଦ୍ୱରେ ଜନସାଧାରଣ ମଧ୍ୟ ରହିଛନ୍ତି ଓ ବଜାର ଖୋଲିବାପାଇଁ ନୂତନ ସମୟ ନିର୍ଘଣ୍ଟ ହୋଇନଥିବାରୁ ଦୋକାନଗୁଡିକ ନିଜ ମନ ମୁତାବକ ଖୋଲାଯାଉଛି । ଅପରପକ୍ଷେ ଆଜି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଲୋକଙ୍କ ଭିଡ ରହିଛି ଓ କ’ଣ ସବୁ କୋହଳ ଘୋଷଣା କରାଯାଉଛି ଉତ୍କଣ୍ଠାର ସହିତ ତାହାର ଅପେକ୍ଷା କରୁଛନ୍ତି । କିନ୍ତୁ ସେଠାରୁ କିଛି ଜାଣିନପାରି ଜନସାଧାରଣ ନିରାଶ ହୋଇ ଫେରୁଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ହୋଇଥାଏ ଏଣୁ ଅନେକ ଲୋକ ସେମାନଙ୍କ ଦୁଃଖ କଷ୍ଟ ନିବାରଣ ପାଇଁ ସେଠାରେ ପହଞ୍ଚିଥିଲେ ସେପରି କିଛି ହେଉନଥିବା ଶୁଣି ନିରାଶ ହୋଇ ଘରକୁ ଫେରିଥିବା ଅଭିଯୋଗ ହୋଇଛି ।

hiranchal ad1
Leave A Reply

Your email address will not be published.

five + sixteen =